Indus Valley Times

ଟାଉନହଲ ଠାରେ ମହାସମାରୋହ ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ସ୍ୱଛ ଭାରତ ମିଶନ (ସ୍ୱଛତା ହିଁ ସେବା, ସ୍ୱଚ୍ଛ ଉତ୍ସବ, ସ୍ୱଚ୍ଛ ଭାରତ ଦିବସ ପାଳନ ସମାରୋହ ଅନୁଷ୍ଠିତ

 Breaking News

ଟାଉନହଲ ଠାରେ ମହାସମାରୋହ ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ସ୍ୱଛ ଭାରତ ମିଶନ (ସ୍ୱଛତା ହିଁ ସେବା, ସ୍ୱଚ୍ଛ ଉତ୍ସବ, ସ୍ୱଚ୍ଛ ଭାରତ ଦିବସ ପାଳନ ସମାରୋହ ଅନୁଷ୍ଠିତ

ଟାଉନହଲ ଠାରେ ମହାସମାରୋହ ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ସ୍ୱଛ ଭାରତ ମିଶନ (ସ୍ୱଛତା ହିଁ ସେବା, ସ୍ୱଚ୍ଛ ଉତ୍ସବ, ସ୍ୱଚ୍ଛ ଭାରତ ଦିବସ ପାଳନ ସମାରୋହ ଅନୁଷ୍ଠିତ
October 02
17:15 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨/୧୦ : ଗୁରୁବାର ଦିନ ସକାଳ ୯.୩୦ ମିନିଟ ସମୟରେ ବୌଦ୍ଧ ଟାଉନ ହଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ଓ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଶାନ୍ତି ର ଦୂତ ଲାଲ ବକ୍ଷହାଦୁର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିନୟ କୁମାର ଭୋଇ, ଏନଏସି ବୌଦ୍ଧଗଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ନିର୍ବାହୀ ଅଧିକାରୀ, ବୌଦ୍ଧଗଡ଼ ଏନ. ଏ. ସି. ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ,ସଭାପତି, ଜ଼ିଲ୍ଲା ସାମ୍ବାଦିକ ସଂଘ ଶ୍ରୀଯୁକ୍ତ ଦେବାଶିଷ ପୁରୋହିତ, ପାଳକ ଘନଶ୍ୟାମ ଭୋଇ, ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଟେମଲାଲ ଦୁବେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ସଂଗୀତାୟନ ର ଗୁଡଲି ଏବଂ ଜୁବଲି ରଘୁପତି ରାଘବ ରାଜାରାମ ପରିବେଷଣ କରିଥିଲେ ଏବଂ ଶ୍ରୀମତୀ ରଶ୍ମିତା ବେହେରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ ପରିବେଷଣ କରିଥିଲେ ।
ଏହି ଅବସରରେ ସେଣ୍ଟ ଜାଭିୟରସ ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ୟ ନାରାୟଣ ଦେବ, ବୌଦ୍ଧ ପଂଚାୟତ ମହା ବିଦ୍ୟାଳୟର ଛାତ୍ରୀ ସୁନେଲି ବାଘ, ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ଅନ୍ଵେଷା ମିଶ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ଅବସରରେ ସର୍ବ ଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା ।
ଶ୍ରୀଯୁକ୍ତ ଦେବାଶିଷ ପୁରୋହିତ ପବିତ୍ର ବେଦ ପାଠ କରିଥିବା ବେଳେ ପାଳକ ଘନଶ୍ୟାମ ଭୋଇ ଧର୍ମଗ୍ରନ୍ଥ ବାଇବେଲ ପାଠ କରିଥିଲେ ।
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଂଢ଼ୀମାଲର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ।
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଅତିଥି ବୃନ୍ଦ ।
ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ଏବଂ ଉପସ୍ଥିତ ସମସ୍ତେ ସ୍ୱଛତା ବାର୍ତ୍ତା ଶପଥ ପାଠ କରିଥିଲେ ।
ଏନ. ଏ. ସି ବୌଦ୍ଧଗଡ଼ ପକ୍ଷରୁ ସ୍ଵଚ୍ଛ ଉତ୍ସବ( ସ୍ୱଛତା ହିଁ ସେବା)ଉପଲକ୍ଷେ ସ୍ୱଛତା ରକ୍ଷା କରିଥିବା ସଫେଇ କର୍ମଚାରୀ, ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଜ଼ିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ସ୍ୱଚ୍ଛ ଉତ୍ସବ ତଥା ସ୍ୱଚ୍ଛ ଭାରତ ଦିବସ ଅବସରରେ ସ୍ୱଛତା ରକ୍ଷା ଦିଗରେ ଶ୍ରେୟ ତଥା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯୋଗ୍ୟ ଲୋକଙ୍କୁ ପୁରସ୍କୃତ କରିବା ପୂର୍ବକ ଉତ୍ସାହିତ କରିଥିଲେ ।
ଏହି ଅବସରରେ ପ୍ରାତଃ ଘ. ୪.୩୦ ମି. ସମୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ, ସକାଳ ୬. ୩୦ ମି. ସମୟରେ ଶିକ୍ଷାନୁଷ୍ଠାନ ପରିସରରେ ପ୍ରଭାତଫେରି, ପରେ ପରେ ବସଷ୍ଟାଣ୍ଡ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମହାନଦୀ ଆଳତୀ ଘାଟ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସକାଳ ଘ. ୮.୩୦ ମି. ସମୟରେ ଗାନ୍ଧୀ ଛକ ଠାରେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ପୁଷ୍ପ ମାଲ୍ୟ ଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ମର୍ଯ୍ୟାକୁଦ ସ୍ଥିତ କୁଲାରୀକୁଦ ଠାରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ଜ଼ିଲ୍ଲା ପକ୍ଷଠାଗାରର କର୍ମଚାରୀ ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ଛାତ୍ରୀ ଅନ୍ଵେଷା ମିଶ୍ର, ପ୍ରମୋଦ ପ୍ରଧାନ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930