Indus Valley Times

ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର

 Breaking News

ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର

ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର
June 13
17:06 2023

ମେରାମଣ୍ଡଳୀ/ଢେଙ୍କାନାଳ,୧୩/୬: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍ ବିସ୍ଫୋରଣ ଘଟି ୧୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଓଡ଼ାପଡା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କମ୍ପାନିରେ ଆଜି ମଧ୍ୟାହ୍ନ ସମୟରେ ଷ୍ଟିମ ଲାଇନ ବିସ୍ପୋରଣ ଘଟି ୧୭ ଜଣ ଶମିକ ଗୁରୁତର ହୋଇଛନ୍ତି। ଦିନ ୧ଟା ବେଳକୁ ବିଏଫ୍ ପାୱାର ପ୍ଲାଣ୍ଟ-୨ ନିକଟରେ ଷ୍ଟିମ ଲାଇନ ନିକଟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ ବିସ୍ପୋରଣ ଘଟିଥିଲା। ଫଳରେ ଶ୍ରମିକମାନଙ୍କୁ ଗୁରୁତର ଭାବେ ପ୍ରଥମେ ଟାଟା ଷ୍ଟିଲ ଫାଷ୍ଟ ଏଡ଼ ଚିକିତ୍ସାଲୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଶ୍ରମିକମାନଙ୍କର ପରିବାର ଲୋକଙ୍କ ସହିତ ଯୋଗାେଯୋଗ କରାଯାଇଛି। ପୀଡିତ ପରିବାରକୁ କଂପାନି ପକ୍ଷରୁ ସମର୍ଥନ ଦିଆଯିବ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।
ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାତ୍ର ଅନ୍ୟମାନଙ୍କ ଅବସ୍ଥା ନର୍ମାଲ୍ ଅଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031