Indus Valley Times

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

 Breaking News

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ
December 19
10:47 2025

ସମ୍ବଲପୁର, ୧୯/୧୨ : ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଚାଷୀ ସଂଗଠନ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି ।
ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। ସହରରେ କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି।
ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ। ସଙ୍ଗଠନ ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ୯୦% ଦ୍ୱିତୀୟ ପର‌୍ୟ୍ୟାୟ ଟୋକନ୍ ମିଳିଛି । ଜିଲ୍ଲାର ୧୮୦୦ ଚାଷୀ ଏଯାଏଁ ଜମାରୁ ଟୋକନ୍ ପାଇନାହାନ୍ତି ।
ସମବାୟ ବିଭାଗ ଇ-କେୱାଇସି, ବ୍ୟାଙ୍କ ଲିଂକେଜ ଭଳି କାରଣ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି ବୋଲି କହୁଛି । ବନ୍ଦ୍ ପାଳନରେ ସ୍ଵତଃପ୍ରବୃତ ଭାବେ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା। ଚାଷୀଙ୍କ ସମସ୍ତ ସମସ୍ୟା ସମାଧାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସଙ୍ଗଠନ ସଭାପତି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031