Indus Valley Times

ଟ୍ରକ୍ ପଛରେ ପିଟିହେଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

 Breaking News

ଟ୍ରକ୍ ପଛରେ ପିଟିହେଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଟ୍ରକ୍ ପଛରେ ପିଟିହେଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
July 19
11:01 2025

ବାଲେଶ୍ୱର, ୧୯/୭: ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ତେବେ ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍‌ଏଚ୍‌-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ଏକ ଯାତ୍ରୀବାହୀ ବସ କିଛି ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିଲା।
ଏହି ସମୟରେ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଏଜ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଓଲଟି ପଡିବା ସହିତ ବସରେ ଥିବା ୩୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031