Indus Valley Times

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ, ୩ ଗୁରୁତର

 Breaking News

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ, ୩ ଗୁରୁତର

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ, ୩ ଗୁରୁତର
May 28
11:14 2025

ମୟୂରଭଞ୍ଜ, ୨୮/୫ : ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକମାନେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରୁ ଚାରିଜଣ ଏବଂ ଉତ୍ତରପ୍ରଦେଶ ମିରଟରୁ ଜଣେ ଯୁବକ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।
ସୂଚନା ଅନୁସାରେ, ବୁଧବାର ସକାଳେ ବାରିପଦାରୁ ବାଲେଶ୍ବର ଟ୍ରାକ୍ଟର ଯୋଗେ କିଛି ଶ୍ରମିକ ଫେରୁଥିଲେ। ଏହି ସମୟରେ ହଠାତ ଜାତୀୟ ରାଜପଥ ଆଗ୍ରିଆ ବଡପୋଲ ଠାରେ ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ଆସି ଟ୍ରାକ୍ଟର ଉପରେ ମାଡି ଯାଇଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ତିନିଖଣ୍ଡ ହୋଇଯାଇଥିଲା।
ଏପରିକି ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31