Indus Valley Times

ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ

 Breaking News

ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ

July 09
12:12 2024

ବାଲେଶ୍ୱର , ୯/୭ : ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ। ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଟ୍ରେନ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତକ ହେଲେ ବରିପଦା ଗାଁର ହେମନ୍ତ ସାହୁ ଓ ଆରୁହାବାଡ଼ ଗାଁର ରାକେଶ ପାଢ଼ୀ।
ଗତକାଲି ରାତିରେ ଦୁଇ ସାଙ୍ଗ କୌଣସି କାମ ପାଇଁ ଦାଣ୍ଡହରିପୁର ଫାଟକ ନିକଟକୁ ବାଇକରେ ଆସିଥିଲେ।। ଗେଟ୍ ପଡ଼ିଥିବା ସତ୍ତ୍ୱେ ଟ୍ରେନ୍ ଆଗକୁ ପଳାଇ ଆସିଥିଲେ ରାକେଶ। ହେମନ୍ତ ବାଇକ୍ରୁ ଓହ୍ଲାଇ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ପୁରୀ-ହାୱଡା ଏକ୍ସପ୍ରେସ ଦୁଇ ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଆଜି ସକାଳେ ରେଲୱେ ଟ୍ରାକକୁ ଉଭୟଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା।
ତେବେ ରାକେଶ କାହିଁକି ଗେଟ୍ ପଡ଼ିବା ସତ୍ତ୍ୱେ ଟ୍ରେନ ଆଗକୁ ଆସିଲେ ତାର କାରଣ ଜଣାପଡ଼ି ନାହିଁ। ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ରେଲୱେ ଗେଟ କିପର ନିରଞ୍ଜନ ବେହେରା କହିଛନ୍ତି, ପୁରୀ-ହାୱଡା ଏକ୍ସପ୍ରେସ ଆସୁଥିବାରୁ ମୁଁ ଗେଟ୍ ବନ୍ଦ କରିଥିଲି। ଦୁଇ ଜଣ ଯୁବକ ବାଇକରେ ଆସିଥିଲେ। ବାଇକରେ ପଛରେ ବସିଥିବା ଯୁବକ ଜଣଙ୍କ ହଠାତ୍ ଗାଡ଼ିରୁ ଓହ୍ଲାଇ ଟ୍ରେନ ସାମ୍ନାକୁ ଆସି ଯାଇଥିଲେ। ଏହି ସମୟରେ ଅନ୍ୟ ଜଣେ ଯୁବକ ତାଙ୍କୁ ବଞ୍ଚାଇବାକୁ ଆସି ଯାଇଥିଲେ। ଉଭୟଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031