Indus Valley Times

ଡିଏଫ୍ଓଙ୍କ କ୍ୱାର୍ଟରରୁ ମିଳିଲା ୮.୫ ଲକ୍ଷ ଟଙ୍କା

 Breaking News

ଡିଏଫ୍ଓଙ୍କ କ୍ୱାର୍ଟରରୁ ମିଳିଲା ୮.୫ ଲକ୍ଷ ଟଙ୍କା

ଡିଏଫ୍ଓଙ୍କ କ୍ୱାର୍ଟରରୁ ମିଳିଲା ୮.୫ ଲକ୍ଷ ଟଙ୍କା
July 21
18:24 2025

କେନ୍ଦୁଝର,୨୧/୭ : ଓଡ଼ିଶା ଦୁର୍ନୀତି ବିଭାଗ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦ୍ୱିତୀୟ ଦିନ ଚଢାଉ ଜାରି ରଖିଛି । ଆଜି କେନ୍ଦୁଝରର ଅଫିସ ଓ ଆବାସିକ ଘର ଉପରେ ଚଢାଉ ବେଳେ ୮.୫ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିବା ବେଳେ ଏହାକୁ ମିଶାଇ ସମୁଦାୟ ଜବତ ନଗଦ ଟଙ୍କା ପରିମାଣ ୧୦ ଲକ୍ଷ ଟଙ୍କା ଟପିଛି ।
ଗତ କାଲି ଚଢାଉ ବେଳେ ୧ ଲକ୍ଷ ୫୫ ହଜାର ଜବତ ହୋଇଥିଲା । ଏହା ଛଡା ଚଢାଉ ବେଳେ ବହୁ ଜମିଜମା ଦସ୍ତାବିଜ, ବ୍ୟାଙ୍କ ପାସ ବୁକ, ବୀମା ଜମା ସାର୍ଟିଫିକେଟ, ଜବତ କରାଯାଇ ସେସବୁ ର ଯାଂଚ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଗତକାଲି ଚଢାଉ ବେଳେ ଅନୁଗୋଳରେ ୪ ମହଲା କୋଠା, ୧୫୫ ଟି ବିଭିନ୍ନ ସ୍ଥାନରୁ ମୂଲ୍ୟବାନ ଜମି ପ୍ଲଟ ଠାବ ହୋଇଛି। ଯାହାର ବିକ୍ରି ଡିଡ ଅନୁଯାୟୀ ୨.୫୫ କୋଟି କିନ୍ତୁ ପ୍ରକୃତ ମୂଲ୍ୟ ବହୁ ଅଧିକ ହେବ। ସେହିପରି ନଗଦ ୧.୫୫ ଲକ୍ଷ ଟଙ୍କା, ୨୦୦ ଗ୍ରାମ ସୁନା, ୨ ଟି ଚାରି ଚକିଆ ଗାଡି ଠାବ କରିଥିଲା ଭିଜିଲାନ୍ସ।
ଜବତ ଆସବାବ ପତ୍ରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ହେବ । ତାଙ୍କ ନାମରେ ୫୫ ଟି ପ୍ଲଟ, ୪୨ ଟି ତାଙ୍କ ସ୍ତ୍ରୀଙ୍କ ନାମରେ, ୧୬ ଟି ଦୁଇ ପୁଅ ଏବଂ ୪ ଟି ଝିଅ ନାମରେ ରହିଥିବା ଜଣାପଡିଛି । ସେହିପରି ସେ କେବଳ ୧୨ ଟି ପ୍ଲଟ କୁ ନିଜର ସମ୍ପତି ତାଲିକାରେ ଦର୍ଶାଇଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କ ଏସଂକ୍ରାନ୍ତରେ ଜେରା କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31