Indus Valley Times

ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେଲା ଦାବିହୀନ ଜମା ରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 Breaking News

ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେଲା ଦାବିହୀନ ଜମା ରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

December 13
09:48 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୩/୧୨ : ବୌଦ୍ଧ ଜ଼ିଲ୍ଲା ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା. ୧୨ ଡିସେମ୍ବର, ୨୦୨୫ ( ଶୁକ୍ରବାର ) ସ୍ଥାନୀୟ ଟାଉନହଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ଦାବିହୀନ ଖାତା ସମ୍ବଦ୍ଧିୟ ସବିଶେଷ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଜନ ସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କୁ ସଫଳ କରିବା ପାଇଁ ବୌଦ୍ଧ ଜ଼ିଲ୍ଲା ର ସମସ୍ତ ବ୍ୟାଙ୍କ ଏବଂ ଜୀବନ ବୀମା ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ଜ଼ିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀଯୁକ୍ତ ଡନ ବସ୍କୋ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଡି ଜି ଏମ, ଫିଡ଼, ଆର. ବି. ଆଇ, ଭୁବନେଶ୍ୱର ମଧୁକର ଆନନ୍ଦ, ଆଞ୍ଚଳିକ ମ୍ୟାନେଜର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଫୁଲବାଣୀ ପ୍ରକାଶ ଗ୍ରହାଚାର୍ଯ୍ୟ, ଏ ଜି ଏମ ଏବଂ ଡେପୁଟି ଜୋନାଲ ମୁଖ୍ୟ, ସମ୍ବଲପୁର ସୁନୀଲ ପାତ୍ର, ଏଲ ଡି ଓ, ଫିଡ଼, ଆର ବି ଆଇ, ଭୁବନେଶ୍ୱର ପ୍ରମୁଖ ଯୋଗ ଦେଇ ଗ୍ରାହକ ଙ୍କ ଜମା ରାଶି କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ବ୍ୟାଙ୍କ ଅଧିକାରୀ, ଗ୍ରାହକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930