Indus Valley Times

ଡୁମାଲ ସମାଜ ବଲାଙ୍ଗିର ସହରାଞ୍ଚଳ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସଭା ଅନୁଷ୍ଠିତ

 Breaking News

ଡୁମାଲ ସମାଜ ବଲାଙ୍ଗିର ସହରାଞ୍ଚଳ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସଭା ଅନୁଷ୍ଠିତ

March 24
10:47 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୪/୩ : ଷାଠିଏ ଘର ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗୀର ଅନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଂଗଠନିକ ସଭା,ଲାଲଟିକ୍ରା ବଲାଙ୍ଗୀର ଠାରେ ସହରାଞ୍ଚଳ ବଲାଙ୍ଗୀର ସଭାପତି ସଞ୍ଜୟ ମହାକୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଲମ୍ବୋଦର ମହାକୁର, ସମ୍ମାନୀତ ଅତିଥି ଭାବରେ ରାଜ୍ୟ ଯୁବ ସମାଜ ସଭାପତି ଶ୍ରୀ ଦୟାନିଧୂ ଖମାରି ଏବଂ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।
ବଲାଙ୍ଗୀର ସହରାଞ୍ଚଳ ରେ ଏକ ଡୁମାଲ ଭବନ ନିର୍ମାଣ,ପରିବାର ସର୍ବେକ୍ଷଣ, ବିବାହ ପଞ୍ଜିକରଣ ଏବଂ ଯୁବ ସମାଜ କୁ ନେଇ ଆଗାମୀ ଦିନରେ ସାମଜର ଉନ୍ନତି ମୂଳକ କାମ କରିବା ବିଷୟରେ ଆଲୋଚନା ହେବା ସହିତ ସମସ୍ତେ ନିଜ ନିଜ ମତମତ ପ୍ରଦାନ କରିଥିଲେ।
ଉକ୍ତ ସଭା ରେ ସହରାଞ୍ଚଳ କୋଷାଧ୍ୟକ୍ଷ ଶ୍ରୀ ପିଙ୍କୁ ମହାକୁର,କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ବୁଡୁ କରନ,ପଲଉ ଚାଉଳିଆ,ଦୀନବନ୍ଧୁ ଡାଙ୍ଗ ଏବଂ ବିଭିନ୍ନ କେନ୍ଦ୍ର ରୁ ଆସିଥିକବା ସଭାପତି ସମ୍ପାଦକ ତଥା ମାହେଶ୍ବରୀ ସେନା ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।ଥବିର କର୍ମୀ ସଭା ପରିଚାଳନା କରିଥିବା ବେଳେ ସହରାଞ୍ଚଳ ସମ୍ପାଦକ ଶ୍ରୀ ରତିକାନ୍ତ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930