Indus Valley Times

ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଓ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର

 Breaking News

ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଓ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର

September 27
22:23 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୯ : ପ୍ରାଣନାଥ ସ୍ଵୟପ୍ସଶାସିତ ମହାବିଦ୍ୟାଳୟର ମୈତ୍ରୀଭବନ ପରିସରରେ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଯାଇଛି।
ଏହି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ଏହି ଶିବିରଟି ଆସନ୍ତା ତା- ୨୯.୯.୨୦୨୫ ରିଖ ରେ ଉଦ୍ ଯାପନ ହେବ। ଅଧ୍ୟକ୍ଷା ଡଃ. ବିନ୍ଦୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ ଘାଟନୀ ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ଡଃ. ବ୍ରଜକେତନ ପାତ୍ର ଯୋଗଦେଇ ସେଚ୍ଛାସେବୀ ମନୋଭାବ ନେଇ ଦେଶ ପାଇଁ କାର୍ଯ୍ୟକାରିତା ପାଇଁ ଉଦ୍ବୋଧନ ରଖିଥିଲେ। ମୁଖ୍ୟଅତିଥି ଭାବରେ ଭାରତ ସରକାରଙ୍କର ଯୁବ ତଥା ସଂସ୍କୃତି ବିଭାଗର ଅଧିକାରୀ ଶ୍ରୀ ଅଜିତ୍ କୁସକାହା ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କର ନେତୃତ୍ଵ ବିକାଶର ବିଭିନ୍ନ ବିନ୍ଦୁ ଉପରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀଣି ସସ୍ମିତା ସାହୁ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଡଃ. ବିନ୍ଦୁଶ୍ରୀ ମିଶ୍ର ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦେବ ଅତିଥି ପରିଚୟ ଦେଇଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ଅନେକ ବରିଷ୍ଠ ପ୍ରାଧ୍ୟାପକ, ଅଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପିକା ତଥା ଅନେକ କର୍ମଚାରୀ ଯୋଗଦେଇଥିଲେ।
ଡଃ. ବାମଦେବ ମିଶ୍ର ସଭା ସଂଯୋଜନା କରିଥିବା ବେଳେ, ଶ୍ରୀ ଟି. ଅକ୍ଷୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତିନିଦିନିଆ ପ୍ରଶିକ୍ଷକ ଶିବିରରେ ବିଭିନ୍ନ ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ଶିକ୍ଷା ଦିଆଯିବ ବୋଲି କାର୍ଯ୍ୟକ୍ରମରେ ବିସ୍ତୃତି ବିବରଣୀ, ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦେବ ଶିବିରାର୍ଥିଙ୍କୁ କହିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930