Indus Valley Times

ଦଶହରା ପାଇଁ ଟ୍ରାଫିକ ଜାମ

 Breaking News

ଦଶହରା ପାଇଁ ଟ୍ରାଫିକ ଜାମ

October 06
17:45 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୬/୧୦ : ଦଶହରା ପର୍ବ ପାଇଁ ବଲାଙ୍ଗୀର ସହର ଚଳ ଚଞ୍ଚଳ ହୋଇ ଉଠିଛି।ବିଶେଷ କରି ଯେଉଁ ପଡ଼ା ମାନଙ୍କରେ ମାଁ ଦୁର୍ଗ ଙ୍କ ମେଢ଼ ହୋଇଛି ସେଠାରେ ଭିଡ ହେବା ନିଶ୍ଚିତ।କିନ୍ତୁ ମାଁ ସମଲେଶ୍ଵରୀ ମନ୍ଦିର,ଦୁର୍ଗା ମନ୍ଦିର ଏବଂ ପାଟଣେଶ୍ୱରି ମନ୍ଦିର ଠାରେ ଅନବରତ ଭିଡ ଜମି ରହୁଛି।ଅପରାହ୍ନ ଗୋଟାଏ ସମୟରେ ସମଲେଶ୍ଵରୀ ମନ୍ଦିର ଛକରେ ଟ୍ରାଫିକ ପୋଲିସ ରହୁ ନ ଥିବା ଯୋଗୁଁ ଅସମ୍ଭାଳ ଭିଡ ହେଉଛି।
ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରି ଦିଆଯାଇ ଥିବାରୁ ତିନି ଛକିଆ ରାସ୍ତା ଯୋଗୁଁ ଚାରି ଚକିଆ ଦୁଇ ଚକିଆ ଯାନ ସହ ଯାତାୟାତ କରୁଥିବା ଲୋକଙ୍କ ଭିଡ଼ରେ ରାସ୍ତା ଜାମ୍ ହୋଇ ଚଳା ଚଳ ରେ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ଦେଖା ଦେଇଛି।ସମଲେଶ୍ଵରୀ ମନ୍ଦିର କୁ ସଂଯୋଗ କରୁଥିବା ଦୁଇ ପଟ ରାସ୍ତା କୁ ବନ୍ଦ କରି ଦିଆଯାଇଛି।ବନ୍ଦ କରାଯାଇଥିବା ପାର୍ଶ୍ଵ ରେ ବାଇକ୍ ରଖି ଦେଉଥିବା ବେଳେ ତିନି ଛକିଆ ରେ ଭିଡ ଜମି ରହି ଯାଉଛି।
ପୁଣି ଛକ କଡ଼ରେ ଅନେକ ଛୋଟ ଫଳ ବ୍ୟବସାୟୀ ଏବଂ ଅନ୍ୟ ବ୍ୟବସାୟୀ ମାନେ ରାସ୍ତା ଉପରକୁ ନିଜ ବ୍ୟବସାୟିକ ଦ୍ରବ୍ୟ ରଖିଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି।
ଏଣୁ ରାସ୍ତା କଡ଼ରେ ଟ୍ରାଫିକ ସମସ୍ୟା ଉପୂଜାଉଥିବା ଏବଂ ବର୍ଷ ବର୍ଷ ଧରି ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କୁ ଦଶହରା ଶେଷ ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି।
ତତ୍ ସଙ୍ଗେ ସଙ୍ଗେ ଦଶହରା ପର୍ଯ୍ୟନ୍ତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭିଡ ସ୍ଥାନ ମାନଙ୍କରେ ଦ୍ୱିପ୍ରହର ସମୟରେ କିଛି ପୋଲିସ ମୁତୟନ କଲେ ସମସ୍ୟା ର ସମାଧାନ ହୋଇପାରନ୍ତା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930