Indus Valley Times

ଦାୟିତ୍ୱରେ ଅବହେଳା କାରଣରୁ ସସପେଣ୍ଡ ହେଲେ କିଶନନଗର ଥାନା ଆଇଆଇସି

 Breaking News

ଦାୟିତ୍ୱରେ ଅବହେଳା କାରଣରୁ ସସପେଣ୍ଡ ହେଲେ କିଶନନଗର ଥାନା ଆଇଆଇସି

June 28
17:33 2022

କଟକ, ୨୮/୬: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା ।
ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍ ଡିଜି ସୁନୀଲ ବଂଶଲ।
ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ଜିଲ୍ଲା କିନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଶୋୟୀଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନକ ପରେ ସେ ଆଖି ବୁଜିଥିଲେ।
ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦ ଚାଲିଥିବା ବେଳେ ଏ ନେଇ ସେ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ ।
ଗତ ଗୁରୁବାର ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ। ଏହାପରେ ବାହାରକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
ଗୁଣନିଧି ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇ ଏପରି ଚରମ ପଦକ୍ଷେପ ଉଠାଇଥିବାରୁ କିଶନନଗର ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ।
ଏହି ଘଟଣାରେ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ସୁପାରିସ୍ କରିଥିଲେ କଟକ ଗ୍ରାମାଞ୍ଚଳ ଏସ୍ପି ବି.ଯୁଗଳକିଶୋର ।
ଥାନା ସମ୍ମୁଖରେ ଏପରି ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ବେଳେ ଏନେଇ ନିଜ ଆଡୁ ମାମଲା କରି ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଘଟଣା ସଂପର୍କରେ ରିପୋର୍ଟ କରିବାକୁ ରାଜ୍ୟ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଙଐଜଉ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031