Indus Valley Times

ଦୁଇ ଘଣ୍ଟା ବନ୍ଦ ହେଲା ହ୍ୱାର୍ଟଆପ୍‌, କମ୍ପାନିର କ୍ଷତି ହେଲା ୬୬କୋଟି ଟଙ୍କା

 Breaking News

ଦୁଇ ଘଣ୍ଟା ବନ୍ଦ ହେଲା ହ୍ୱାର୍ଟଆପ୍‌, କମ୍ପାନିର କ୍ଷତି ହେଲା ୬୬କୋଟି ଟଙ୍କା

ଦୁଇ ଘଣ୍ଟା ବନ୍ଦ ହେଲା ହ୍ୱାର୍ଟଆପ୍‌, କମ୍ପାନିର କ୍ଷତି ହେଲା ୬୬କୋଟି ଟଙ୍କା
October 25
22:49 2022

ନୂଆଦିଲ୍ଲୀ,୨୫/୧୦: ମଙ୍ଗଳବାର ଦିନ ଅପରାହ୍ନ ୧୨.୪୫ରୁ ହ୍ବାଟ୍ସଆପ୍ ପୂରାପୂରି ବନ୍ଦ ହୋଇଯାଇଥିଲା। ଦୁଇ ଘଣ୍ଟା ବନ୍ଦ ହେବା ପରେ ସ୍ୱାଭାବିକ ଚାଲିଥିଲା । ହେଲେ ଏଇ ଦୁଇ ଘଣ୍ଟା  ଭିତରେ କମ୍ପାନି ୬୬କୋଟି ଟଙ୍କା କ୍ଷତି ସହିଛି ।  ଦୁଇ ଘଣ୍ଟା ଧରି ବନ୍ଦ ରହିବା କାରଣରୁ ପ୍ରାୟ ୮୦୦ କୋଟି ମେସେଜ ପଠାଇବା ସମ୍ଭବ ହୋଇପାରିନଥିଲା । ଆଜି, ହ୍ଵାଟ୍ସଆପ ବନ୍ଦ ହେବା ଖବର ଆସିବା ମାତ୍ରେ ଲୋକମାନେ ଟ୍ୱିଟର ଭଳି ଅନ୍ୟ ସାମାଜିକ ପ୍ଲାଟଫର୍ମକୁ ବହୁଳ ବ୍ୟବହାର କରିଥିଲେ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଯେତେବେଳେ ବି ହ୍ଵାଟ୍ସଆପ କିମ୍ବା ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ଡାଉନ୍ ହୋଇଯାଏ, ସେତେବେଳେ ଟ୍ୱିଟରର ବ୍ୟବହାର ସାଧାରଣ ଦିନ ଅପେକ୍ଷା ବହୁତ ଅଧିକ ବଢ଼ିଯାଇଥାଏ । ଏହା ବ୍ୟତୀତ ବିଜ୍ଞାପନକୁ ନେଇ କାର‌୍ୟ୍ୟ କରୁଥିବା ଫାର୍ମ ଷ୍ଟାଣ୍ଡାର୍ଡ ମିଡିଆ ଇଣ୍ଡେକ୍ସ କହିଛି ଯେ ଯଦି ହ୍ଵାଟ୍ସଆପ ଡାଉନ ହୋଇଯାଏ, ତେବେ କମ୍ପାନି ପ୍ରତି ଘଣ୍ଟାରେ ପ୍ରାୟ ୫.୪୫ ମିଲିୟନ ଡଲାର ହରାଇଥାଏ । ଏହାକୁ ହିସାବ କଲେ ହ୍ଵାଟ୍ସଆପ ପ୍ରାୟ ୬୬ କୋଟି ଟଙ୍କାର କ୍ଷତି ସହିଛି । ହ୍ଵାଟ୍ସଆପ ବନ୍ଦ ହେବା ପରେ ଆଇଟି ମନ୍ତ୍ରଣାଳୟ ଏହାର କମ୍ପାନି ମେଟା ଠାରୁ ଏକ ରିପୋର୍ଟ ମାଗିଛି।

ଅନେକ ବ୍ୟବହାରକାରୀ ଟ୍ବିଟର୍ରେ ସେମାନଙ୍କ ହ୍ବାଟ୍ସଆପ୍ ଡାଉନ୍ ହୋଇଥିବା କଥା ପୋଷ୍ଟ୍ କରିଥିଲେ। ଅଧିକାଂଶ ବ୍ୟବହାରକାରୀଙ୍କ ୱେବ୍ ହ୍ବାଟସ୍ଆପ୍ ପୂରାପୂରି ବନ୍ଦ ହୋଇଯାଇଥିଲା। ଅନ୍ୟ କିଛି ବ୍ୟବହାରକାରୀ ହ୍ବାଟ୍ସଆପ୍ ଖୋଲି ପାରୁଥିଲେ ବି ଫଟୋ କି କୌଣସି ଫାଇଲ୍ ପଠାଇ ପାରୁନଥିଲେ। ତେବେ ଦୁଇ ଘଣ୍ଟା ପରେ ହ୍ଵାଟ୍ସଆପ ସେବା ସ୍ୱାଭାବିକ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031