Indus Valley Times

ଦୁର୍ଗା ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି, ଲୁଟେରା ଫେରାର୍

 Breaking News

ଦୁର୍ଗା ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି, ଲୁଟେରା ଫେରାର୍

October 12
10:10 2024

ଯାଜପୁର,୧୨/୧୦ : ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି।
ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ ଓ ପୂଜକ। ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପାଅଳଙ୍କାର ଲୁଟି ହୋଇଯାଇଛି। ଘଟଣା଼ ସଂପର୍କରେ କୋରାଇ ପୁଲିସକୁ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଜଣାଇଥିଲେ।
ମାଆଙ୍କ ହାର,ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930