Indus Valley Times

ଦ୍ୱିତୀୟ ଦିନରେ ବାଲିଗୁଡା କାରାଗାର କର୍ମଚାରୀଙ୍କ ଆମରଣ ଅନଶନ

 Breaking News

ଦ୍ୱିତୀୟ ଦିନରେ ବାଲିଗୁଡା କାରାଗାର କର୍ମଚାରୀଙ୍କ ଆମରଣ ଅନଶନ

ଦ୍ୱିତୀୟ ଦିନରେ ବାଲିଗୁଡା କାରାଗାର କର୍ମଚାରୀଙ୍କ ଆମରଣ ଅନଶନ
September 27
10:34 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୯: ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ନିଷ୍ପତ୍ତିକ୍ରମେ ସୋମବାରଠାରୁ ବାଲିଗୁଡା ମଣ୍ଡଳ କାରାଗାରର କର୍ମଚାରୀମାନେ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି ।
ଏହା ପୂର୍ବରୁ ୫ଦଫା ଦାବି ନେଇ ସମସ୍ତ କର୍ମଚାରୀ ଗତ ୧୩ ତାରିଖରୁ କଳାବ୍ୟାଜ୍ ପରିଧାନ କରିଥିଲେ। ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏହି ମଣ୍ଡଳ କାରାଗାରରେ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବା ପାଇଁ ଯାହାର ଯେଉଁ ସିପ୍ଟ ଅଛି ସେମାନେ ସେହି ସିଫ୍ଟରେ କଳାବ୍ୟାଜ୍ ପିନ୍ଧି କାମରେ ଯୋଗ ଦେଉଛନ୍ତି। ଅନ୍ୟମାନେ ଧାରଣା ସ୍ଥଳରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଫୁଲ ମାଳ ପକାଇ ଅନଶନରେ ବସୁଛନ୍ତି।
ବାଲିଗୁଡା ମଣ୍ଡଳ କାରାଗାରର କାରା କର୍ମଚାରୀ ସଂଘ ସଭାପତି ପ୍ରଭାକର ମଲିକଙ୍କ ନେତୃତ୍ୱରେ ମୁଖ୍ୟ କାରାରକ୍ଷୀ ଅଭିମନ୍ୟୁ ମଲିକ ବିଘ୍ନରାଜ ଦେହୁରୀ, ଗୌତମ କହଁର, ଅଶୋକ ଜାନୀ, ତ୍ରୟ ଲୋକନାଥ ଦିହୁଡ଼ି, କାରାରକ୍ଷୀ ରଞ୍ଜନ କୁମାର ପାତାଳ ସିଂ, ମହିଳା କାରାରକ୍ଷୀ ତିଳୋତ୍ତମା ସାହୁ ପ୍ରମୁଖଙ୍କ ଅନଶନରେ ଆନ୍ଦୋଳନ ଚାଲିଛି।
କାରାରକ୍ଷୀ ଓ ମୁଖ୍ୟ କରାରକ୍ଷୀଙ୍କ ଗ୍ରେଡ଼ ପେ ବୃଦ୍ଧି, ପଦୋନ୍ନତି ପାଇଁ ପୁରୁଣା ନିୟମ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟଭତ୍ତା ୪ଶହ ଟଙ୍କାରୁ ୧୪ଶହ ଟଙ୍କାକୁ ବୃଦ୍ଧି ଏବଂ ମାସିକିଆ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ କରିବେ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ, ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଏକ ପ୍ରେସ୍ ବାର୍ତ୍ତାରେ ସେମାନେ ଉଲ୍ଲେଖ କରିଛନ୍ତି।
ବାଲିଗୁଡା: ଜନ ପ୍ରତିନିଧି ମାନଙ୍କର ଜିଲ୍ଲା ସ୍ତରୀୟ ବୈଠକ
ବାଲିଗୁଡା,୨୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଂଜାମେଣ୍ଡି ସ୍ଥିତ ଦିବ୍ୟ ଜ୍ୟୋତି ସଭା ଗୃହ ପରିସରରେ କନ୍ଧମାଳ ଜିଲ୍ଲା ନାଏବ ସରପଞ୍ଚ ଓ ୱାର୍ଡ଼ ମେମ୍ବର ମହାସଂଘର କନ୍ଧମାଳ ଜିଲ୍ଲା ଉପଦେଷ୍ଟା ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କନ୍ଧମାଳ ଜିଲ୍ଲାର ବାର ଗୋଟି ବ୍ଲକରେ ଥଶବା ଜନ ପ୍ରତିନିଧି ଅର୍ଥାତ୍ ନାଏବ ସରପଞ୍ଚ,ଓ ୱାର୍ଡ ମେମ୍ବର ଭଳି ବିଭିନ୍ନ ଜନ ପ୍ରତିନିଧି ମାନଙ୍କ ସହ ଜନ ପ୍ରତିନିଧି ସଂଘର ଉପଦେଷ୍ଟା ବ୍ରହ୍ମାନନ୍ଦ ଦିଗାଲ, ସଭାପତି ସଞ୍ଜୀବ ଦିଗାଲ,ଉପ ସଭାପତି ଦୀପକ ପ୍ରଧାନ, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ଦିଗାଲ ଙ୍କ ସମେତ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ଜନ ପ୍ରତିନିଧି ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରଶାସନ ମାନଙ୍କ ଉପରେ ବର୍ଷିଥିଲେ ।
ଜନ ପ୍ରତିନିଧି ମାନେ କୌଣସି ସମସ୍ୟା କୁ ନେଇ ବ୍ଲକ କାର୍ଯ୍ୟଳୟ କୁ ଗଲେ ଗୋଷ୍ଠି ଉନ୍ନୟନ ଅଧିକାରୀ ସେମାନଙ୍କୁ ଅଣ ଦେଖା କରୁଥିବା ଆଲୋଚନା ହୋଇଥିଲା ।
ବାର୍ଦ୍ଧକ୍ୟ, ବିକଳାଙ୍ଗ, ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ଆମ କଥା ଶୁଣୁ ନାହାନ୍ତି ବୋଲି ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ଅଭିଯୋଗ କରିଥିଲେ କ୍ଷ
ସେହିପରି ଗ୍ରାମ ରୋଜଗାର ସେବକ ମାନେ ମଧ୍ୟ ମନମୁଖୀ କାର୍ଯ୍ୟ କରୁଛନ୍ତି । ଆମେ ଜନ ପ୍ରତିନିଧି ମାନେ କେବଳ ନାମକୁ ମାତ୍ର ଜନ ପ୍ରତିନିଧି ବୋଲି କୁହାଯାଉଥିବା ବେଳେ ଆମ ପ୍ରତି ହେଉଥିବା ଅଣଦେଖା ଅଭିଯୋଗ ଉପରେ ଆଲୋଚନା କରାଯାଇ ଏ ସମ୍ପର୍କରେ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ଜରିଆରେ ଏକ ଲିଖିତ ଅଭିଯୋଗ ଦେବା ପାଇଁ ଜନ ପ୍ରତିନିଧି ମହାସଂଘ ତରଫରୁ ନିଷ୍ପତି ନିଆଯାଇଥିଲା।
ଓଡ଼ିଆ ବିଭାଗର ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା
ବାଲିଗୁଡା,୨୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା ଜଣାଇବା ଅବସରରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସଭାପତି ଭାବେ ବିଭାଗ ମୁଖ୍ୟ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସ୍ନେହଲତା ମାଝୀ ଓ ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ଆଦର୍ଶ ଛାତ୍ର ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।
ନୃତ୍ୟ ପ୍ରଦର୍ଶନ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗୁଳୁ ପୂଜାରୀ, ଶରତ ପଟ୍ଟନାୟକ, ଶୁଭଶ୍ରୀ ତ୍ରିପାଠୀ, ରୂପା, କାର୍ତ୍ତିକ, ତଅପୋଇ, ସୁଲଗ୍ନା, ପ୍ରମୁଖ ଉଦବୋଧନ ଦେଇଥିଲେ। ସୁପ୍ରଭା, ମାନସ, ଆଲୋକ, ସୁନିଲ, ବିଜ୍ଞାନୀ, ପୁଷ୍ପାଞ୍ଜଳି, ବୁଦ୍ଧଦେବ, ଦୟା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ବାଲିଗୁଡା,୨୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରୁ ଜଣେ ପ୍ରଧାନ ଶିକ୍ଷକ ଙ୍କ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।
ଘଟଣାରୁ ପ୍ରକାଶ ଯେ ବେଲଘର ସେବାଶ୍ରମର ପ୍ରଧାନଶିକ୍ଷକ ପ୍ରମୋଦ ମହାପାତ୍ର ମଙ୍ଗଳବାର ଅପରାହ୍ନରେ ତୁମୁଡ଼ିବନ୍ଧ ଷ୍ଟେଟ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକି ରେ ରଖି ବ୍ଲକ କାର୍ଯ୍ୟାଳୟ କୁ ଯାଇ ବ୍ଲକ ମଙ୍ଗଳ ଅଧିକାରୀ ଙ୍କୁ ସାକ୍ଷାତ କରି ଫେରିବା ବେଳକୁ ଡିକି ଭାଙ୍ଗି ସେଥିରେ ଥିବା ଏକ ଲକ୍ଷ ଟଙ୍କା କେହି ଲୁଟି ନେଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ଜଣକ ମଙ୍ଗଳବାର ସକାଳୁ ତୁମୁଡ଼ିବନ୍ଧ ଆସି ବୁଲାବୁଲି କରୁଥିବା ବେଳେ ହୋଟେଲ ରେ ଖିଆ ପିଆ ସାରି ବ୍ୟାଙ୍କ କୁ ଆସିଥିଲେ ଓ ବ୍ୟାଙ୍କ ରୁ ଟଙ୍କା ଉଠାଇ ନେଇଥିଲେ।
ଶିକ୍ଷକଙ୍କ ଏଭଳି କାର୍ଯ୍ୟ କୁ ଦୁର୍ବୃତ୍ତ ମାନେ ଦେଖିବା ସହ ପିଛା କରି ସୁବିଧା ସୁଯୋଗ ଦେଖି ଲୁଟି ନେଲେ। ପ୍ରଧାନ ଶିକ୍ଷକ ଜଣକ ନିଶା ଅବସ୍ଥା ରେ ଥିବା ଆଖପାଖ ସାଧାରଣ ଲୋକେ କହୁଥିବା ବେଳେ ପ୍ରଧାନ ଶିକ୍ଷକ ଜଣକ ବହୁ ଖୋଜାଖୋଜି କରିବା ପରେ ତୁମୁଡିବନ୍ଧ ଥାନାର ଦ୍ୱାରସ୍ତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031