Indus Valley Times

‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀ ଅଦା ଶର୍ମାଙ୍କ ଫୋନ୍ ନମ୍ବର ଲିକ୍, ସୋସିଆଲ ମିଡିଆରେ ମିଳୁଛି ଧମକ

 Breaking News

‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀ ଅଦା ଶର୍ମାଙ୍କ ଫୋନ୍ ନମ୍ବର ଲିକ୍, ସୋସିଆଲ ମିଡିଆରେ ମିଳୁଛି ଧମକ

‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀ ଅଦା ଶର୍ମାଙ୍କ ଫୋନ୍ ନମ୍ବର ଲିକ୍, ସୋସିଆଲ ମିଡିଆରେ ମିଳୁଛି ଧମକ
May 24
23:17 2023

ମୁମ୍ବାଇ,୨୪/୫: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ ପ୍ରତ୍ୟେକ ଚରିତ୍ରକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଅଭିନେତ୍ରୀ ଅଦା ଶର୍ମାଙ୍କ ଚରିତ୍ରକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।
ଏହି ଫିଲ୍ମରେ ତାଙ୍କୁ କିଭଳି ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଯାଉଛି ତାହା ଦେଖାଯିବା ସହ ଗର୍ଭବତୀ ଥିବା ବେଳେ ତାଙ୍କ ସହ ତାଙ୍କ ସ୍ବାମୀ କିଭଳି ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି ଓ ମା’ ହେବା ପରେ ତାଙ୍କ ସହ ଏକାଧିକ ଲୋକ କିଭଳି ଦୁଷ୍କର୍ମ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ତେବେ ଲୋକପ୍ରିୟତା ସହ ତାଙ୍କୁ ଏକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥିବା ଜଣାଯାଇଛି।
ଅଦାଙ୍କ ମୋବାଇଲ ନମ୍ବର ଲିକ୍ ହୋଇଥିବା ବେଳେ ଏନେଇ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଦାଙ୍କ ନମ୍ବର ଲିକ୍ କରିଥିବା କୁହାଯାଉଛି। ଝାମୁଣ୍ଡା ବୋଲତେ ନାମକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଦାଙ୍କ ନମ୍ବର ଲିକ୍ କରିବା ସହ ତାଙ୍କର ନୂଆ ନମ୍ବର ଲିକ୍ କରିବେ ବୋଲି ଧମକ ଦେଇଥିଲେ। ହେଲେ ପରେ ସେ ଏହି ପୋଷ୍ଟକୁ ହଟାଇ ନିଜ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଥିଲେ। ଏବେ ସେ କରିଥିବା ପୋଷ୍ଟର ସ୍କ୍ରିନସଟ ଭାଇରାଲ ହେଉଥିବାରୁ ସାଇବର ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30