Indus Valley Times

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ

 Breaking News

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ
October 12
21:09 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୧୦ : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି । ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି ।
ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟୀ ମାନେ ମତ ଦେଇଛନ୍ତି ।
୨୦୦ ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି, କିଲେ ଜାଗାରେ ଅଢେଇ ଶହ ନେଉଛନ୍ତି ଖାଉଟି । କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥୁତ ଏହି ମାସରେ ସଂଖ୍ୟାଧ‌ିକ ଘରେ ଆମିଷ ନିଷେଧ ।
ଏଣୁ ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି ।
ପକେଟରୁ ଅଧୁକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଏକଦା ବାଲିଗୁଡା ବ୍ଳକର ବିଭିନ୍ନ ଆଖ ପାଖ ଗ୍ରାମାଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନୟାଗଡ, ଭୁବନେଶ୍ୱର ଭଳି ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା ।
କିନ୍ତୁ ଅଗଷ୍ଟ ଓ ସେପପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି ।
ଏହା ଛଡା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ବର୍ତ୍ତମାନ ଧାନ ଓ଼ ପରିବା ଚାଷ ଛାଡି ଗଞ୍ଜେଇ ଚାଷ କୁ ଆପଣାଇ ଥିବାରୁ ପରିବା ପାଇଁ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ରୁ ଏବଂ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥୁବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି ।
ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଯେଉଁ କିଛି ପରିବା ଚାଷୀ ଚାଷ କରୁଛନ୍ତି, ସେମାନଙ୍କ ର ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି ।
ଅନ୍ୟ ପକ୍ଷରେ ପନି ପରିବା ଯାହା କିଛି ଏହି ଅଞ୍ଚଳ ରେ ଆଦାୟ ହେଉଛି, ତାକୁ ଜିଲ୍ଲା ବାହାର ବ୍ୟବସାୟୀ ମାନେ ଅଧିକ ଟଙ୍କା ଦେଇ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥ‌ିବା ବେଳେ ପିଆଳ ୩୫, ଟମାଟୋ ୫୦ ଟଙ୍କା, ଫୁଲକୋଳି ୮୦, ବିନିସ ୧୦୦ ରୁ ୧୨୦, ଭେଣ୍ଡି ୪୦, ବନ୍ଧାକୋଳି ୪୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଗୋବର୍ଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି ।
କାର୍ତ୍ତିକ ରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡ଼ା ଶାଗ ବିଡା ୧୫ ରୁ ୨୦ ଟଙ୍କା ରହିଥ‌ିବା ଦେଖୁବାକୁ ମିଳିଛି ।
ଗତ କିଛି ଦିନ ତଳେ ପରିବା ଦର ଯାହା ଥୁଲା କାର୍ତ୍ତିକ ରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକ ରେ ଆମିଷ ବନ୍ଦ ଥ‌ିବାରୁ ପରିବା ଦର ବଢ଼ୁଛି, ଗରିବ ପରିବାରର ହାଣ୍ଡିଶାଳରେ ବର୍ତ୍ତମାନ ଚଡକ ପଡିଥିବାର ଦେଖା ଦେଇଛି ।
ଏଥିପ୍ରତି ଉପଖଣ୍ଡ ପ୍ରଶାସନ ତରଫରୁ କୌଣସି ପ୍ରକାରେ ପ୍ରତି ବନ୍ଧକ ରହୁ ନ ଥିବାରୁ ଚାଷୀ ଓ଼ ପରିବା ବ୍ୟବସାୟୀ ମାନେ ନିଜ ମନମାନୀରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930