Indus Valley Times

ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ

 Breaking News

ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ

ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ
August 02
09:44 2022

Rayagada Collector & District Magistrate Swadha Dev Singh visits Naxal-prone Niyamgiri area

By C B Singh

Rayagada, Aug. 2: ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ। ଲାଲଗଡ଼ରେ ସହିଦ ସପ୍ତାହ ପାଳନ କରାଯାଉଥିବା ସମୟରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମାଓବାଦୀ ଉପଦ୍ରବ ନିୟମଗିରି ଅଞ୍ଚଳକୁ ଗସ୍ତ କରିଛନ୍ତି।

କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ ନିୟମଗିରି ଲାଖପଦର ଅଞ୍ଚଳକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ଜୀବନ ଜାପନ ଶୈଳୀ ଏବଂ ସମସ୍ୟା ନେଇ ସ୍ଥାନୀୟ ବାସୀଙ୍କ ସହ ଆଲୋଚନା କରିଥିଲେ। ସେଠାର ଖଣି ଖନନକୁ ନେଇ ଚର୍ଚ୍ଚାରେ ରହିଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଅଞ୍ଚଳକୁ ଯାଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକକା ଲଦ, ଯୁବ ସଭାପତି ସମ୍ବା କୁଲୁସିକା ଓ ଡ୍ରିଞ୍ଜ ଶିକକାଙ୍କ ସହିତ ଆଲୋଚନା କରିଛନ୍ତି।
ଏହି ସମୟରେ ଜିଲ୍ଲା ପାଳ ଡଙ୍ଗରିଆ କନ୍ଧଙ୍କ  ପାରମ୍ପରିକ ଖାଦ୍ୟ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିଜ ଗହଣରେ ପାଇ ଆଦିମ ଜନଜାତି ଅଧିବାସୀ ଓଲ୍ହାସିତ ହେବା ସହ ନିଜ ସମସ୍ୟା ସମ୍ପର୍କରେ ଅବଗତ କରି ସମାଧାନ ପାଇଁ ଅପେକ୍ଷା କରିଛନ୍ତି। 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031