Indus Valley Times

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’

 Breaking News

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’
October 09
10:49 2024

ଭୁବନେଶ୍ୱର,୯/୧୦ :ମାଓବାଦୀ ପ୍ରଭାବିତ ୧୦ ଜିଲାର ୫୮୩ ଗ୍ରାମର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ ସ୍ତରରେ ତଦାରଖ କମିଟି କାର୍ଯ୍ୟ କରିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ତଦାରଖ କମିଟି କାର୍ଯ୍ୟ କରିବ।
ଏହି କମିଟିରେ ସମସ୍ତ ବିଭାଗର ଶାସନ ସଚିବ ସଦସ୍ୟ ରହିବେ। ଜିଲା ସ୍ତରୀୟ କମିଟିରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କ କମିଟି ଦ୍ୱାରା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ର ପର୍ଯ୍ୟବେକ୍ଷଣ କରାଯିବ।
ଏହି ସ୍ବତନ୍ତ୍ର କାର‌୍ୟ୍ୟକ୍ରମ ‘ଗ୍ରାମୋଦୟ’କୁ କାର୍ଯ୍ୟକାରୀ କରିବା ପାଇଁ ତୃଣମୂଳ ସ୍ତରରେ ଜନସମ୍ପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା, ଅଭିଯୋଗ ଶୁଣାଣି ବ୍ୟବସ୍ଥା ରହିଛି।
ରାଜ୍ୟର ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ତଥା ସମସ୍ତ ଗ୍ରାମ ଓ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ କାର୍ଯ୍ୟ କରିବ।
ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଆଦି ୧୦ଟି ଜିଲାର ୫୮୩ ଗ୍ରାମରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏହି କାର୍ଯ୍ୟକ୍ରମର ନୋଡାଲ୍ ବିଭାଗ ଭାବେ କାର୍ଯ୍ୟ କରିବ।
ଏହା ଅଧୀନରେ ଗ୍ରାମ କିମ୍ବା ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ କିମ୍ବା ପରିବାରକୁ ୪୪ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930