Indus Valley Times

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇଦେବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

 Breaking News

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇଦେବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇଦେବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
October 28
12:24 2022

କଟକ,୨୮/୧୦: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରବାରିକ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବର୍ଷା ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ହୋଇଥିବା
ପିଟିସନ ଖାରଜ ଏବଂ ବର୍ଷା କୋର୍ଟରେ ଘର ଛାଡ଼ିବା ପରେ ପାଖରେ ରଖିଥିବା ତା ଚାବିକୁ କୋର୍ଟରେ ଫେରାଇବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ବର୍ଷା ଘର ଛାଡ଼ିବା ସତ୍ତ୍ୱେ ସେହି ଘର ତାଲା ପକାଇ ସାଙ୍ଗରେ ଚାବି ନେଇଯାଇଥିଲେ। ପରେ ଏନେଇ ଅନୁଭବ ଆପତ୍ତି ଉଠାଇ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ।
ଏହି ପିଟିସନର ଉତ୍ତରରେ ବର୍ଷା କହିଥିଲେ କି ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖେ ରଖିଛନ୍ତି ଓ କୋର୍ଟରେ ଏହି ଚାବିକୁ ହସ୍ତାନ୍ତର ମଧ୍ୟ କରିବେ। ଏହା ପରେ ଅନୁଭବଙ୍କ ପିଟିସନ ଟି ଖାରଜ ହେବା ସହ ବର୍ଷାଙ୍କୁ ଚାବି ଫେରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031