Indus Valley Times

ନିଆରା ଦଣ୍ଡନୃତ୍ୟ ପାଇଁ ପ୍ରଶଂସା ସାଉଁଟୁଛି ଷଠିଆ ପଲ୍ଲୀ : ଶିବ ପାର୍ବତୀ ଭୂମିକାରେ ଆଠ ବର୍ଷିୟ ଭାଇଭଉଣୀ

 Breaking News

ନିଆରା ଦଣ୍ଡନୃତ୍ୟ ପାଇଁ ପ୍ରଶଂସା ସାଉଁଟୁଛି ଷଠିଆ ପଲ୍ଲୀ : ଶିବ ପାର୍ବତୀ ଭୂମିକାରେ ଆଠ ବର୍ଷିୟ ଭାଇଭଉଣୀ

April 09
17:18 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୯/୪ : କଳା, ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ଏନ୍ତୁଡ଼ି ଶାଳ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଓଡିଆଙ୍କ ବାରମାସରେ ତେର ପର୍ବରେ ନୟାଗଡ଼ରଦ ଦଣ୍ଡ ଯାତ୍ରା ଅନ୍ୟତମ ।
ଚୈତ୍ର ଆରମ୍ଭରୁ ଜଗତଜନନୀ ମହାମାୟା ମା’ କାଳୀଙ୍କ ୨୧,୧୭,୧୩ ଓ ୭ ଦିନିଆ ଅଲୌକିକ ଦଣ୍ଡଯାତ୍ରା ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପର‌୍ୟ୍ୟନ୍ତ ଏହା ଧୁମଧାମରେ ଅନୁଷ୍ଠିତ ହୋଇଥାଏ।
ମହାକାଳୀଙ୍କ କୃପାଭିକ୍ଷା ପାଇଁ ଶ୍ରଦ୍ଧାଳୁ, ଉପାସକ ବା ଭୁକ୍ତାମାନେ ଅସହ୍ୟ କଷ୍ଟ, ଯାତନା ସହ ସହି ମାଆଙ୍କ ସେବା କରିଥାନ୍ତି ।
ଗାଁ’କୁ ଗାଁ’ ବୁଲି ମାଆଙ୍କ ମହିମା ପ୍ରଚାର କରନ୍ତି ଏବଂ ରାତ୍ର ସମୟରେ ମାନସିକ ବ୍ରତ ଧାରୀଙ୍କ ଦୁଆରେ ଦଣ୍ଡ ଯାତ୍ରାର ସାଂସ୍କୃତିକ ଲୋକନୃତ୍ୟ ଚଢ଼େୟା ସୁଆଙ୍ଗ ପରିବେଷଣ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ବ୍ଲକ ଅନ୍ତର୍ଗତ ଷଠିଆପଲ୍ଲୀ ଗ୍ରାମର ଦଣ୍ଡ ନୃତ୍ୟରେ ନୟାଗଡ଼ର ଜଣାଶୁଣା କ୍ୟାମେରା ମ୍ୟାନ ତଥା ଅଭିନେତା କାହ୍ନା ସ୍ୱାଇଁଙ୍କ ପୁଅ ବାଦଲ ଏବଂ ଝିଆରୀ ବର୍ଷା ଶିବ-ପାର୍ବତୀ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣୁଛନ୍ତି। ଯାହା ନୟାଗଡ଼ ଜିଲ୍ଲା ସାରା ସାଂସ୍କୃତିକ ପ୍ରେମୀଙ୍କୁ ଚର୍ଚ୍ଚାର ଖୋରାକ ଯାଗାଇଛି।
ଆଠ ବର୍ଷର ଏହି ଦୁଇ ଭାଇ ଭଉଣୀ ଦଣ୍ଡ ନୃତ୍ୟ ରେ ଗାଁ’ ଗାଁ’ ବୁଲି ଶିବ ପର୍ବତୀ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦରେ କେବଳ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି ତାହା ନୁହେଁ; କୁନି ଓଠରେ ଦଣ୍ଡ ମହାତ୍ମା ଗାନ କରି ସାରା ଅଂଚଳ ରେ ପ୍ରଶଂସାର ପ୍ରିୟ ପାତ୍ର ହୋଇଛନ୍ତି। ଷଠିଆ ପଲ୍ଲୀ ଗାଁ’ର କାହ୍ନୁ ଚରଣ ସ୍ୱାଇଁ ଙ୍କ ପୁଅ ବାଦଲ ଏବଂ ତାଙ୍କ ଭାଇ ମୁରଲୀ ଧର ସ୍ୱାଇଁଙ୍କ ଝିଅ ବର୍ଷା ଶିବ-ପର୍ବତୀ ଭୂମିକାରେ ଅଭିନୟ କରି ବେଶ ଆନନ୍ଦ ସାଉଁଟି ଛନ୍ତି।
ଉଭୟଙ୍କ ଜେଜେ ବାପା ବୈକୁଣ୍ଠ ସ୍ୱାଇଁ ବାଦଲ ଓ ବର୍ଷାଙ୍କ ନୃତ୍ୟ ଗୁରୁ। ତାଙ୍କ ପ୍ରେରଣା ପାଇ ଚମତ୍କାର ଭାବେ ନୃତ୍ୟ ପରିବେଷଣ କରି ତମାମ୍ ନୟାଗଡ଼ ଜିଲ୍ଲାର ବିଭିନ୍ନ ଗାଁ’ କୁ ଯାଇ ଦଣ୍ଡ ନୃତ୍ୟ ପରିବେଷଣ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଛାପ ତିଆରି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31