Indus Valley Times

ନିଜ ସରକାରର ଗୁଣ ଗାଇଲେ, କେନ୍ଦ୍ର ସରକାରଙ୍କ ଦୋଷ କାଢ଼ିଲେ

 Breaking News

ନିଜ ସରକାରର ଗୁଣ ଗାଇଲେ, କେନ୍ଦ୍ର ସରକାରଙ୍କ ଦୋଷ କାଢ଼ିଲେ

ନିଜ ସରକାରର ଗୁଣ ଗାଇଲେ, କେନ୍ଦ୍ର ସରକାରଙ୍କ ଦୋଷ କାଢ଼ିଲେ
December 02
18:45 2022

ଭୁବନେଶ୍ୱର,୨/୧୨: ଜିଲ୍ଲା ଘୋଷଣା ଦାବି ପଦ୍ମପର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଏହାରି ଭିତରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ସେହି ସମୟରେ ଆସିଛି ଯେତେବେଳେ ଗୋଟିଏ ଦିନ ପୂର୍ବେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ଵ ମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ଗଠନ ନେଇ ସେମିତି କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲାରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ସବୁବେଳେ ଆପଣଙ୍କ ସୁଖଦୁଃଖରେ ସାମିଲ ହୋଇଛି । କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେଇଛି ।
ସୁନା ଉପରେ ୩ ପ୍ରତିଶତ ଏଝଞ ହେଲେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ୨୦୧୪ରେ ବିଜେପି କହିଲା ଚାଷୀଙ୍କ ଆୟ ଦୁଇ ଗୁଣ କରିବେ କିନ୍ତୁ ହେଲାନି । ବିଜେପି ମନ୍ତ୍ରୀମାନେ ଚାପ ପକାଇ ଆବାସ ଯୋଜନା ଟଙ୍କା ବନ୍ଦ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031