Indus Valley Times

ନିଯୁକ୍ତି ଓ ଦକ୍ଷତା ପ୍ରମାଣ ପତ୍ର ବିତରଣ ଉତ୍ସବ

 Breaking News

ନିଯୁକ୍ତି ଓ ଦକ୍ଷତା ପ୍ରମାଣ ପତ୍ର ବିତରଣ ଉତ୍ସବ

ନିଯୁକ୍ତି ଓ ଦକ୍ଷତା ପ୍ରମାଣ ପତ୍ର ବିତରଣ ଉତ୍ସବ
February 07
13:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୭/୨ : ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ ମିନି ସମ୍ମିଳନୀ କକ୍ଷ ଠାରେ ବୌଦ୍ଧ ଜ଼ିଲ୍ଲା ର ୩ ଗୋଟି ବ୍ଲକ ର ଯୁବକ ମାନଙ୍କୁ ନିଯୁକ୍ତି ଓ ଦକ୍ଷତା ପ୍ରମାଣ ପତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉପ – ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରବୀଣ କୁମାର ବାଣୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବିତରଣ ଉତ୍ସବ ରେ ୪୫ ଜଣଙ୍କୁ ନିଯୁକ୍ତି ଓ ଦକ୍ଷ ତା ପ୍ରମାଣ ପତ୍ର ବିତରଣ କରିଥିଲେ ଉପ ଜ଼ିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ମାନେ ।
ଅନ୍ୟ ମାନଙ୍କ ମଧ୍ୟ ରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍କିକ, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ, ଜେନେରାଲ ମ୍ୟାନେଜର, ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ଯୋଗେଶ୍ୱର ବିଶି, ଅଧ୍ୟକ୍ଷ, ଶିଳ୍ପ ତାଲିମ ଅନୁଷ୍ଠାନ ସୁବୋଧ କୁମାର ପାଣିଗ୍ରାହୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଗ୍ଲିଜ କର୍ପୋରେସନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ବୌଦ୍ଧ ଅଜୟ କୁମାର ଦାଶ ପରିଚାଳନା କରିଥିଲେ ।
ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବାଣୁଆ ଏହି ନିଯୁକ୍ତି ପତ୍ର ପାଇଥିବା ପିଲାମାନେ କିପରି ଭଲ ଭାବେ କାମ କରିବେ, ଆତ୍ମ ନିର୍ଭରଶିଳ ହେବେ, ଆଗକୁ ବିଭିନ୍ନ ତାଲିମ ରେ ନୂଆ ପିଲାମାନଙ୍କୁ ଯୋଡିବା ପାଇଁ ବାର୍ତ୍ତା ଦେବେ, ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ନିଜ ସାଙ୍ଗ, ସାଥି ଙ୍କୁ ଆତ୍ମ ନିର୍ଭରଶିଳ କରାଇବେ, କିଛି ରୋଜଗାର ସହ ବାପା, ମା ଙ୍କୁ କିଛି ସହଯୋଗ କରିବେ ସେ ବିଷୟରେ ସେମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସିଂହ ଏହି ତାଲିମ ଆଗାମୀ ଦିନ ରେ ଝିଅ ମାନଙ୍କୁ କିପରି ଦିଆଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇପାରିବ ସେ ବିଷୟରେ ନିଜର ଉକ୍ତି ଉପସ୍ଥାପନ କରିଥିଲେ ।
ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଦାଶ ଏହି କାର୍ଯ୍ୟକ୍ରମ କୁ ସୁଦୂର ପ୍ରସାର କରିବାରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଭୂମିକା କୁ ପ୍ରଶଂସା କରିବା ସହ ଟାର୍ଗେଟ ପୂରଣ ଦିଗରେ ବୌଦ୍ଧ ଜ଼ିଲ୍ଲା ନଂ – ୧ ଜ଼ିଲ୍ଲା ରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ଜ଼ିଲ୍ଲା ନିୟୋଜନ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031