Indus Valley Times

ନିଯୁକ୍ତ ହେବେ ୬ଶହ ଡାକ୍ତର

 Breaking News

ନିଯୁକ୍ତ ହେବେ ୬ଶହ ଡାକ୍ତର

July 16
07:11 2022

ଭୁବନେଶ୍ବର,୧୬/୭: ଆସନ୍ତା ୨୨ତାରିଖରେ ୬ଶହ ଡାକ୍ତରଙ୍କୁ ନିଯୁକ୍ତି ହେବେ । ଏନେଇ ରାଜ୍ୟସାରକାର ପୁରା ପ୍ରସୃତି କରିସାରିଛନ୍ତି । ଲୋକସେବା ଭବନର ରାଜ୍ୟ କନଭେନସନ ସେଣ୍ଟର, ଗୀତଗୋବିନ୍ଦ ସଦନରେ ଏଥିପାଇଁ ଏକ ଓରିଏଣ୍ଟେସନ୍ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଉପସ୍ଥିତ ରହିବେ। ମିଳିଥିବା ସୂଚନା ଅନୁସାରେ, ୬ଶହ ଡାକ୍ତରଙ୍କ ମଧ୍ୟରେ ୩୪୦ ଏମ୍ବିବିଏସ୍, ୧୪୭ ବିଏଏମ୍ଏସ୍ ଓ ୧୧୩ଜଣ ବିଏଚ୍ଏମ୍ଏସ୍ ରହିଛନ୍ତି। କିଛିମାସ ପୂର୍ବରୁ ଓପିଏସ୍ସି ପକ୍ଷରୁ ୩୬୩ ମେଡିକାଲ ଅଫିସରଙ୍କୁ ଚୟନ କରାଯାଇଛି। ରାଜ୍ୟରେ ଏବେ ଶତାଧିକ ଡାକ୍ତରୀ ପଦବି ଖାଲି ପଡ଼ିଛି। ୬ଶହ ଡାକ୍ତରଙ୍କ ନିଯୁକ୍ତି ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031