Indus Valley Times

ନିର୍ବାଚନ ଗଣତିର ବର୍ଷକ ପରେ ବିଜେଡିର ନୂଆ ସାଙ୍ଗଠନିକ କଳେବର: ୨ ବ୍ଲକ ଓ ୩୩ ଗ୍ରାମପଞ୍ଚାୟତ ସଭାପତି ନିର୍ବାଚିତ

 Breaking News

ନିର୍ବାଚନ ଗଣତିର ବର୍ଷକ ପରେ ବିଜେଡିର ନୂଆ ସାଙ୍ଗଠନିକ କଳେବର: ୨ ବ୍ଲକ ଓ ୩୩ ଗ୍ରାମପଞ୍ଚାୟତ ସଭାପତି ନିର୍ବାଚିତ

ନିର୍ବାଚନ ଗଣତିର ବର୍ଷକ ପରେ ବିଜେଡିର ନୂଆ ସାଙ୍ଗଠନିକ କଳେବର: ୨ ବ୍ଲକ ଓ ୩୩ ଗ୍ରାମପଞ୍ଚାୟତ ସଭାପତି ନିର୍ବାଚିତ
June 04
19:48 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୬ : ବୌଦ୍ଧ ସାଧାରଣନିର୍ବାଚନ ସରିବାର ଠିକ ଏକବର୍ଷ ପରେ ଆଜି ବୌଦ୍ଧ ବିଜେଡି ଆପଣେଇଛି ନୂଆ ରଣ କୌଶଳ କ୍ଷ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେଈ ଆପଣେଇଛି ନୂଆ ସାଙ୍ଗଠନିକ ରଣନୀତି ।
ଆଜି ବାମଣ୍ଡା ମେଗାନର୍ସରୀ ଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର ପୂର୍ବତନ ବ୍ଲକଉପାଧକ୍ଷ ପଙ୍କଜ ସାହୁ ନିର୍ବାଚିତ ହୋଇଥିବା ବେଳେ ବୌଦ୍ଧ ବ୍ଲକ ସଭାପତି ଭାବେ ସମିତି ସଭ୍ୟ ସୁମନ୍ତ ସାହୁ ନିର୍ବାଚିତ ହୋଇଛନ୍ତି ।
ଠିକ ସେହିପରି ୮୬ନମ୍ବର ବୌଦ୍ଧ ବିଧାନସଭା ଅନ୍ତର୍ଗତ ୩୩ଗୋଟି ଗ୍ରାମପଞ୍ଚାୟତ ସଭାପତି ଭାବେ ହରଭଙ୍ଗା ଜ୍ୟୋତିର୍ମୟ ଦାସ ସଂକୁଲୋଇ ତ୍ରିବିକ୍ରମ ମହାଙ୍କୁଡ କୁଶଙ୍ଗ ସଞ୍ଜୟ ଦେହୁରୀ ବାଣୀଭୂଷଣପୁର ଦିଲୀପ ସାହୁ ପୁରୁଣାକଟକ ସରୋଜ କୁମାର ପ୍ରଧାନ ତିଲେଶ୍ଵର ସୁଜ୍ଞାନ କର୍ଣ୍ଣ ରାମଗଡ଼ ଗୋପବନ୍ଧୁ ମହାପାତ୍ର
ଵୀରନରସିଂହପୁର ଜୟନାରାୟଣ ମିଶ୍ର ସରସରା ଅସିତ ପ୍ରଧାନ ବଘିଆପଡା କୃଷ୍ଣଚନ୍ଦ୍ର ପ୍ରଧାନ ଟିକରପଡା ବିକୟ ମାହାର ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।
ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଜିଲ୍ଲାସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଦଳୀୟ ଉତ୍ତରୀୟ ଦେଈ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଜିର ବୈଠକରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଧୂରୀଣ ଦେହୁରୀ ଅଶୋକ ସାହୁ ଅରୁଣ ପ୍ରଧାନ ଅବକାଶ ସାହୁ ସୁବୋଧ ପ୍ରଧାନ ଅଶୋକ ମେଣ୍ଡୁଳି ବିଦ୍ୟାଧର ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ସମସ୍ତ ନେତୃବୃନ୍ଦ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ଶପଥ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031