Indus Valley Times

ନିଶା ଖାଇବାକୁ ଟଙ୍କା ଦେଲାନି ବାପା, ଲୁହା ରଡରେ ପିଟି ପିଟି ମାରିଦେଲା ପୁଅ

 Breaking News

ନିଶା ଖାଇବାକୁ ଟଙ୍କା ଦେଲାନି ବାପା, ଲୁହା ରଡରେ ପିଟି ପିଟି ମାରିଦେଲା ପୁଅ

ନିଶା ଖାଇବାକୁ ଟଙ୍କା ଦେଲାନି ବାପା, ଲୁହା ରଡରେ ପିଟି ପିଟି ମାରିଦେଲା ପୁଅ
April 30
10:30 2023

କଟକ,୩୦/୪ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି ସବୁ ବେଳେ ନିଶା ସେବନ କରନ୍ତି। ବିଭିନ୍ନ ସମୟର ବାପାଙ୍କ ଠାରୁ ପଇସା ନେଇ ସେ ନିଶା ସେବନ କରନ୍ତି। ଗତକାଲି ମଧ୍ୟ ସେ ନିଶା ଖାଇବା ପାଇଁ ବାପା ବାଲୁଙ୍କେଶ୍ୱରଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ନଦେବାରୁ ସେ ରାଗି ଯାଇଥିଲେ। ସେହି ରାଗ ରଖି ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାପାଙ୍କୁ ଏକ ଲୁହା ରଡ୍ରେ ପିଟି ମାରି ଦେଇଥିଲେ।ପୁଲିସ୍ ଅପର୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031