Indus Valley Times

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କ ମୃତ୍ୟୁ

 Breaking News

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କ ମୃତ୍ୟୁ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କ ମୃତ୍ୟୁ
February 02
12:03 2023

ଭୁବନେଶ୍ବର,୨/୨: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ପିଟିପିଟି ଦରମରା କରିବା ପରେ ସର୍ବେଶ୍ୱର ବେହେରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୨୯ ତାରିଖରେ ଗୁରୁତର ଅବସ୍ଥାରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ପ୍ରକାଶ ଥାଉ କି, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ଗତ ୨୭ ତାରିଖରେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ ୨୯ ତାରିଖ ରାତି ପ୍ରାୟ ୨ଟା ସମୟରେ କୌଣସି କାରଣକୁ ନେଇ ସର୍ବେଶ୍ବରଙ୍କୁ ମାଲିକ ଅନିରୁଦ୍ଧ, ଅଙ୍କିତ ଓ ଅନ୍ତର୍ଯ୍ୟାମୀ ପାଇପରେ ପିଟି ପିଟି ଲହୁଲୁହାଣ କରିଥିଲେ।
ଏହି ଘଟଣାରେ ପୁଲିସ ଅଟକ ରଖିଥିବା ସାଇକୃପା ନିଶା ନିବାରଣ କେନ୍ଦ୍ର ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରର ମାଲିକ ୟୁନିଟ୍-୩ ଅଞ୍ଚଳର ଅନିରୁଦ୍ଧ ରାୟ(୩୦), କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଙ୍କିତ ରାଉତ ଓରଫ ପପୁନି(୨୫) ଏବଂ ବାଲେଶ୍ବର ସିମୁଳିଆ ଅଞ୍ଚଳର ଅନ୍ତର୍ଯ୍ୟାମୀ ମିଶ୍ର ଓରଫ ଅନ୍ତରା(୨୫)। ପୁଲିସ ସେମାନଙ୍କଠାରୁ ଗୋଟିଏ କାଠ ଫାଳିଆ, ପ୍ଲାଷ୍ଟିକ୍ ପାଇପ ଜବତ କରିଛି।
ସେହିପରି ପୁଲିସ ସାଇକୃପା ନିଶା ନିବାରରଣ କେନ୍ଦ୍ରର ବୈଧତା ନେଇ ସନ୍ଦେହ କରିଛି। କେନ୍ଦ୍ର ପରିଚାଳନା ପାଇଁ ସମସ୍ତ ନିୟମ ପାଳନ କରାଯାଇଥିଲା ତ? କେଉଁଠାରୁ ଅନୁମତି ନେଇଥିଲେ? କେବେ ଅନୁମତି ନିଆଯାଇଥିଲା? ଅନ୍ତେବାସୀଙ୍କୁ ଠିକ୍ ସମୟରେ ଚିକିତ୍ସା ସହ ଔଷଧ ଦିଆଯାଉଥିଲା ତ? ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟା ସିସିଟିଭି ଆକ୍ଟିଭ୍ ରହିବା ବେଳେ କେଉଁ ପରିସ୍ଥିତିରେ ସିସିଟିଭି କ୍ୟାମେରାକୁ ବନ୍ଦ ରାଖାଯାଇଥିଲା।
ଏ ସମସ୍ତ ଦିଗକୁ ନେଇ ପୁଲିସ ଟିମ୍ ଯାଞ୍ଚ କରୁଛି। ଯଦି କେନ୍ଦ୍ରରେ ନିୟମ ଉଲ୍ଲଂଘନ ହୋଇଥାଏ ତେବେ ଦରକାର ପଡ଼ିଲେ କେନ୍ଦ୍ରକୁ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଏହାଛଡ଼ା ବାରମ୍ବାର ନିଶାନିବାରଣ କେନ୍ଦ୍ର ଗୁଡ଼ିକରେ ନିର‌୍ୟାତନା କଥା ଦାକୁ ଆସିବା ପରେ କମିସନରେଟ୍ ପୁଲିସ କଠୋର ହୋଇଛି। କମିସନରେଟ୍ ପୁଲିସ ଅଧୀନରେ ଥିବା ପ୍ରତ୍ୟେକ କେନ୍ଦ୍ରକୁ ସ୍ଥାନୀୟ ଥାନା ଅଧିକାରୀ ଯାଞ୍ଚ କରିବେ। ଖୁବ୍ ଶୀଘ୍ର କେନ୍ଦ୍ରଗୁଡ଼ିକ ପାଇଁ ଏସ୍ଓପି ଜାରି ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031