Indus Valley Times

ନୀତିର ପାଠ ପଢାଉଥିବା ପୁଲିସ ଘରେ ବ୍ରାଉନ୍‌ସୁଗାର୍ ବେପାର… ପୁଲିସ ପୁଅ ବ୍ରାଉନ୍‌ସୁଗାର୍ ବେପାରୀ

 Breaking News

ନୀତିର ପାଠ ପଢାଉଥିବା ପୁଲିସ ଘରେ ବ୍ରାଉନ୍‌ସୁଗାର୍ ବେପାର… ପୁଲିସ ପୁଅ ବ୍ରାଉନ୍‌ସୁଗାର୍ ବେପାରୀ

ନୀତିର ପାଠ ପଢାଉଥିବା ପୁଲିସ ଘରେ ବ୍ରାଉନ୍‌ସୁଗାର୍ ବେପାର… ପୁଲିସ ପୁଅ ବ୍ରାଉନ୍‌ସୁଗାର୍ ବେପାରୀ
August 20
14:23 2025

କଟକ, ୨୦/୮ : ପୋଲିସ ଘରେ ଅପରାଧି । ବାପା ପୁଲିସ ହେଲେ ପୁଅ ବ୍ରାଉନସୁଗାର ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ରେ କାର‌୍ୟ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ।
ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ତୁଳସୀପୁର ପୁଲିସ କଲୋନିରେ ରହୁଥିବା ୧୯ ବର୍ଷୀୟ ଚନ୍ଦନ ବେହେରାଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ ।
କଟକ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ଚନ୍ଦନ ସମେତ ଦେଉଳସାହିର ସୁକୁ ଓରଫ ବିଶ୍ୱରଞ୍ଜନ ସ୍ୱାଇଁକୁ ଗିରଫ କରିଛି। ଏମାନଙ୍କ ନିକଟରୁ ୨୪୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି।
କେବଳ ପୋଲିସ ପୁଅ ଚନ୍ଦନଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ୍ ହୋଇଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଜବତ ହୋଇଥିବା ମୋଟ୍ ବ୍ରାଉନସୁଗାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ଅବକାରୀ ଥାନା ପୋଲିସ ଚନ୍ଦନକୁ ଜେରା କରିବା ସହ ପୁଲିସ ବିଭାଗର ୱର୍ଲେସ ୟୁନିଟରେ କାମ କରୁଥିବା ବାପା ତଥା ଏସ ଆଇଙ୍କୁ ମଧ୍ୟ ବ୍ରାଉନସୁଗାର୍ କାରବାର ଲିଙ୍କ୍ ରେ ପଚରା ଉଚରା କରିଛି । ଯଦିଓ ପୁଅ ଚନ୍ଦନର ଏପରି କାରବାର ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି।
ତେବେ ବ୍ରାଉନ ସୁଗାର କାରବାର ପୁଲିସ ପୁଅ ଧରାପଡ଼ିବା ପରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାପା ପୁଲିସ ହୋଇଥିବା ବେଳେ ପୁଅ କପରି ଧଳା ଜହର ସାମ୍ରାଜ୍ୟ ଚଳାଇଥିଲା ତାକୁ ନେଇ ଅବକାରୀ ବିଭାଗ ଅଧିକ ତନାଘନା ଆରମ୍ଭ କରିଛି । ପୁରା ସିଣ୍ଡିକେଟ ପଛରେ କିଏ ତାକୁ ନେଇ ଅବକାରୀ ବିଭାଗ ଖୋଳତାଡ ଜାରିରଖିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930