Indus Valley Times

ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲିବା ଘଟଣା, ଧରାପଡିଲେ ଦୁଇ ଅଭିଯୁକ୍ତ

 Breaking News

ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲିବା ଘଟଣା, ଧରାପଡିଲେ ଦୁଇ ଅଭିଯୁକ୍ତ

ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲିବା ଘଟଣା, ଧରାପଡିଲେ ଦୁଇ ଅଭିଯୁକ୍ତ
February 07
14:47 2023

ପୁରୀ,୭/୨: ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଉଭୟଙ୍କଠାରୁ ୫ଟି ମୋବାଇଲ୍, ୩୧ଟି ସିମକାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଉପକରଣ ଓ ଗୋଟିଏ ବାୟୋମେଟ୍ରିକ୍ କର୍ଡ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଅନୁସନ୍ଧାନ ସମୟରେ ଜଣାଯାଇଛି ଯେ ପର‌୍ୟ୍ୟଟକଙ୍କୁ ଠକିବା ପାଇଁ ଉଭୟେ କାର‌୍ୟ୍ୟ କରୁଥିଲେ। ଚନ୍ଦନ ସିଂ ଜିଓ ସିମ୍ ସେଲ୍ସ ବିଭାଗରେ କାମ କରୁଥିବା ବେଳେ ଗୌତମ ସାହୁ ମଧ୍ୟସ୍ଥି ଭାବେ ଭାବେ କାମ କରୁଥିଲେ।
ସୂଚନାଯୋଗ୍ୟ, ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକାଯାଉଥିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସକ(ଉନ୍ନୟନ) ଏ କେ ଜେନା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031