Indus Valley Times

ନୂଆଗାଁ : ଯମୁନା କଅଁରଙ୍କ ଦୁଃଖ ସୁଣିବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖରେ ସମୟ ନାହିଁ

 Breaking News

ନୂଆଗାଁ : ଯମୁନା କଅଁରଙ୍କ ଦୁଃଖ ସୁଣିବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖରେ ସମୟ ନାହିଁ

ନୂଆଗାଁ : ଯମୁନା କଅଁରଙ୍କ ଦୁଃଖ ସୁଣିବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖରେ ସମୟ ନାହିଁ
December 01
20:07 2022

ବିଶ୍ୱ ଭୂଷଣ ମହମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ,୧/୧୨ :ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହିତ ପଲ୍ଲୀସଭା ମାଧ୍ୟମରେ ଲୋକଙ୍କ ମତ ଉପସ୍ଥାପନା କରନ୍ତି ।
ପୁଣି ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ମଧ୍ୟ ନିର୍ବାଚନ ସମୟରେ ବିଭିନ୍ନ ମିଠା ମିଠା କଥାକହି ଭୋଟ ହାତେଇବା ରେ ବିଭିନ୍ନ ତାରିକା ମଧ୍ୟ ଅବଲମ୍ବନ କରିଥାନ୍ତି କିନ୍ତୁ ଜିତିଗଲା ପରେ ଅସହାୟ ଗରିବ ଲୋକଙ୍କ ସମସ୍ୟା ବୁଝିବା ତ ଦୁରର କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ଦେଖାକରିବାକୁ ସମୟ ନାହିଁ।କୋହୋ ଭରା କଣ୍ଠରେ କୁହନ୍ତି (୮୦) ବର୍ଷର ବୃଦ୍ଧା।
ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ମଧୁବନ ଗାଁ ମାତ୍ର ପଞ୍ଚାୟତ କାର‌୍ୟ୍ୟାଳୟ ଠାରୁ ଏକ କିଲୋମିଟର ଦୂରରେ।
ଗାଁ ରେ ରୁହନ୍ତି ଏକ ବୃଦ୍ଧା ଖବର ବୁଝିଲା ବେଳକୁ ବୃଦ୍ଧା ଙ୍କ ନାମ ଯମୁନା କଅଁର ବୟସ ୮୦ପାର ହେଲାଣି ସ୍ୱାମୀ ଦନେଇ କଅଁର କାହିଁ କେବେଠୁ ଆରପାରିକୁ ଚାଲିଗଲାଣୀ ତିନି ପୁଅ ତିନି ଝିଅ ସମସ୍ତ ଙ୍କ ବାହାଘର ସାରି ନିଜ ପରିବାର ପୋଷିବା ପାଇଁ କାମରେ ଯାଉଛନ୍ତି।
ସମସ୍ତେ ମୁଲପାତି କରି ଚଳନ୍ତି। ସାନ ପୁଅ ଘରେ ଗଣ୍ଡେ ଖାଇ ରୁହନ୍ତି। କିନ୍ତୁ ସରକାର ଙ୍କ ତରଫ ରୁ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ମଧୁବାବୁ ପେନସନ ଯୋଜନାରେ ଭତା ସାତସପନ ପାଲଟିଛି ଏହି ବୃଦ୍ଧା ଙ୍କ ପକ୍ଷରେ ।
ଏପରି କି ସରକାର ଙ୍କ ସବୁ କିଛି ଯୋଜନାରୁ ବଞ୍ଚିତ ଥୀବା ବେଳେ ଭଗବାନଙ୍କ ଭରସାରେ ଚଳୁଥିବା କୁହନ୍ତି ବୃଦ୍ଧା ମହିଳା। ତେବେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଆମେ ସରପଂଚ ଙ୍କ ମତାମତ ନେଇଥୀଲୁ ସେ ଖୁବ୍ ଶିଘ୍ର ସରକାରୀ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
କିନ୍ତୁ ଆଜ କୁ ପ୍ରାୟ ଦଶଦିନ ବିତିଯାଇଥିଲେ ମଧ୍ୟ ପାଖରେ କୌଣସି ଜନପ୍ରତିନିଧି କି ପ୍ରଶାସନ ପହଞ୍ଚି ନଥୀବା କୁହନ୍ତି ଗ୍ରାମବାସୀ ।
ଗରିବଙ୍କ ସେବା କରିବା ପାଇଁ ସପଥ ନେଇଥୀବା ସରପଞ୍ଚ ଏବେ ଅସହାୟ ଲୋକଙ୍କ ଦୁଃଖ ବୁଝିବା ତ ଦୂର ର କଥା ପାଖରେ ପହଚିବାକୁ ସମୟ ନାହିଁ ।
ଏହି ଭଳି ଘଟଣା କୁ ଅଞ୍ଚଳ ର ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ତେବେ ଆଜି ନୂଆଗାଁ ପ୍ରେସ କ୍ଳବ ର ସାମ୍ବାଦିକ ଉକ୍ତ ବୃଦ୍ଧା ଙ୍କ ପାଖରେ ପହଞ୍ଚି ଭଲ ମନ୍ଦ ବୁଝିବା ସହିତ ଶୀତ ଦିନ କୁ ଦିନ ବଢୁଥିବା ହେତୁ ଏକ କମ୍ବଳ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031