Indus Valley Times

ନୂଆପଡ଼ା ଉପନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକିୟା ଆରମ୍ଭ

 Breaking News

ନୂଆପଡ଼ା ଉପନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକିୟା ଆରମ୍ଭ

ନୂଆପଡ଼ା ଉପନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକିୟା ଆରମ୍ଭ
September 13
19:00 2025

ନୂଆପଡ଼ା,୧୩/୯ : ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ହେବ ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ କରାଯିବ। ସେପ୍ଟେମ୍ବର ୧୫ରୁ ୨୯ ଦାବି ଓ ଆପତ୍ତି ଦାଖଲ କରିବା ଅବଧି ରହିଛି। ଅନ୍ୟପକ୍ଷେ ଅକ୍ଟୋବର ୭ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ।
ତେବେ ନିକଟରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ହୋଇଛି। ସେ ୨୦୦୪ରେ ନୂଆପଡ଼ାରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେଡିରେ ମିଶି ୨୦୧୪, ୨୦୧୯ ଏବଂ ୨୦୨୪ ନିର୍ବାଚନ ଜିତିଥିଲେ। ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ।
ତେବେ ତାଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ବିଧାୟକ ଆସନ ଖାଲି ପଡ଼ିଛି। ସେଠାରେ ଉପ ନିର୍ବାଚନ ହେବାକୁ ଯାଉଛି। ଏଥିରେ ୩ ପ୍ରମୁଖ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ବିଶେଷକରି ମୋହନ ମାଝିଙ୍କ ସରକାର ପ୍ରଥମଥର ପାଇଁ ଉପ ନିର୍ବାଚନ ସମ୍ମୁଖୀନ କରିବାକୁ ଯାଉଛନ୍ତି। ଏକପ୍ରକାର ଏହି ଉପ ନିର୍ବାଚନରେ ଜଣାପଡ଼ିବ ଜନତା ତାଙ୍କ ଉପରେ କେତେ ଖୁସି ଅଛନ୍ତି।
ଅନ୍ୟପକ୍ଷେ ଭାଜପା ପକ୍ଷରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ୍ ମିଳାବା ନେଇ ଚର୍ଚ୍ଚା ହେଉ ଥିବା ବେଳେ ବିଜେଡରୁ ରାଜେନ୍ଦ୍ର ଢ଼ୋଲକିଆଙ୍କ ପରିବାରର କାହାକୁବି ଟିକେଟ୍ ମିଳିପାରେ। ତେବେ ଘସିରାମ ମାଝି ପୂର୍ବ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନିକଟରେ ସେ କଂଗ୍ରେସକୁ ଫେରିଥିବା ବେଳେ ଦଳ ପକ୍ଷରୁ ସେ ଆଶାୟୀ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930