Indus Valley Times

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସିଏମ୍‌ଙ୍କ ଘୋଷଣା, କହିଲେ ଜିଲ୍ଲାର ବିକାଶ ଦାୟିତ୍ୱ ମୁଁ କରିବି

 Breaking News

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସିଏମ୍‌ଙ୍କ ଘୋଷଣା, କହିଲେ ଜିଲ୍ଲାର ବିକାଶ ଦାୟିତ୍ୱ ମୁଁ କରିବି

October 16
17:48 2025

ନୂଆପଡା, ୧୬/୧୦ : ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ନୂଆପଡା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ। ନୂଆପଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି ।
ଏବେଠାରୁ ନୂଆପଡାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ। ବିଜେପିକୁ ଯଶସ୍ୱୀ କରିବାକୁ ଆପଣଙ୍କ ସହଯୋଗ ଦରକାର। ମୁଁ ଏହାରି ଭିତରେ ନୂଆପଡା ପାଇଁ ୧୧ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଜୟ ସଂକଳ୍ପ ମଞ୍ଚରୁ ନାଁ ନନେଇ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି ମୁଖମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁନଥିଲେ।
କିନ୍ତୁ ଆମେ ସେପରି କରିବୁ ନାହିଁ। ଯାହା କହିବୁ ତାହା କରି ଦେଖାଇବୁ। ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ। ଆମେ ସେବା କରିବାକୁ ଆସିଛୁ। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ।
ସେହିପରି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ। ବିଜେଡିକୁ ଜିଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ତେଣୁ ବାହାର ଜିଲାରୁ ଆଣିଲେ। ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ। ଏଥର ବିଜେପିର ବିଜୟ ନିଶ୍ଚିତ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31