Indus Valley Times

ନୂଆପଡାରେ ବାଘ ଆତଙ୍କ, ବାଛୁରି ମାରି ଖାଇଲା କଲରାପତରିଆ

 Breaking News

ନୂଆପଡାରେ ବାଘ ଆତଙ୍କ, ବାଛୁରି ମାରି ଖାଇଲା କଲରାପତରିଆ

ନୂଆପଡାରେ ବାଘ ଆତଙ୍କ, ବାଛୁରି ମାରି ଖାଇଲା କଲରାପତରିଆ
April 27
12:25 2023

ନୂଆପଡ଼ା,୨୭/୪: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ।
ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣା ପଡ଼ିଛି। ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ମାସେ କାଳ ହେବ ନୂଆପଡ଼ାରେ ବାଘ ଆତଙ୍କ ଜାରି ରହିଛି। ଗତ ୧୬ ତାରିଖରେ ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ। ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା। ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା।
ଖବର ପାଇ ବନ ବିଭାଗ ଏସିଏଫ୍ ମହମ୍ମଦ ସାଲେହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା, ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ସୁଶୀଳ ତ୍ରିପାଠୀ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ବାଘକୁ ଏକ ଜାଲ ସାହାଯ୍ୟରେ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପିଞ୍ଜରାରେ ଭର୍ତ୍ତି କରି ଏକ ଗାଡ଼ିରେ ନୂଆପଡ଼ା ବନ ବିଭାଗ କାର‌୍ୟ୍ୟାଳକୁ ଅଣାଯାଇଥିଲା। ବିଭାଗୀୟ କାର‌୍ୟ୍ୟାଳୟରେ ବାଘକୁ ରଖାଯାଇ ଚିକିତ୍ସା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031