Indus Valley Times

ନୃଶଂସ ସ୍ୱାମୀ, ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି କଲା ହତ୍ୟା

 Breaking News

ନୃଶଂସ ସ୍ୱାମୀ, ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି କଲା ହତ୍ୟା

ନୃଶଂସ ସ୍ୱାମୀ, ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି କଲା ହତ୍ୟା
October 27
11:55 2024

କନ୍ଧମାଳ,୨୭/୧୦: ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ।
କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ। ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଳାଇ(୪୫) ସ୍ତ୍ରୀ ମଧୁମତି ବେହେରଦଳାଇଙ୍କୁ ଛୁରିରେ ଗଳା କାଟି ନିର୍ମମ ଭାବେ ହତ୍ୟା କରଛନ୍ତି। ଗତଶନିବାର ସନ୍ଧ୍ୟା ୫ଟାରେ ମଧୁମତିଙ୍କୁ ଚନ୍ଦ୍ରକାନ୍ତ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ତେବେ ସ୍ତ୍ରୀ ନ ଦେବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ମଦ୍ୟପ ସ୍ବାମୀ ପ୍ରଥମେ ବାହାର କବାଟ ଭିତର ପଟୁ ଗେଡ଼ା ଦେଇ ସ୍ତ୍ରୀକୁ ଧରି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା। ତେବେ ମୃତ ମଧୁମତିଙ୍କ ପୁଅ ସିକୁନ ବେହେରଦଳାଇ ଘରକୁ ଆସି କବାଟ ଖୋଲିବାକୁ ଚେଷ୍ଟା କରି ନ ପାରିବାରୁ ପଛପଟୁ ଘର ଭିତରକୁ ଯାଇ ଦେଖିଲା ବେଳକୁ ମା’ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଛି। ଏହାପରେ ସିକୁନ ପୋଲିସକୁ ଖବର ଦେଇଥିଲେ।
ତୁମୁଡ଼ିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛନ୍ତି। ତେବେ ମୃତଦେହ ଏବେ ବି ଘର ଭିତରେ ରହିଥିବାବେଳେ ବଲାଙ୍ଗୀର ଓ ଭବାନୀପାଟଣାର ସାଇଣ୍ଟିଫିକ୍ ଓ ଡଗ୍ ସ୍କ୍ବାଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ତୁମୁଡ଼ିବନ୍ଧ ଥାନାରେ ୧୪୧/୨୪ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ନିଆଯିବ ବୋଲି ଥାନା ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930