Indus Valley Times

ନ୍ୟୁଡ୍ ଭିଡିଓ କଲ୍ କରି ଲୁଟୁଥିଲେ, ଦୁଇ ସାଇବର ଲୁଟେରା ଗିରଫ

 Breaking News

ନ୍ୟୁଡ୍ ଭିଡିଓ କଲ୍ କରି ଲୁଟୁଥିଲେ, ଦୁଇ ସାଇବର ଲୁଟେରା ଗିରଫ

ନ୍ୟୁଡ୍ ଭିଡିଓ କଲ୍ କରି ଲୁଟୁଥିଲେ, ଦୁଇ ସାଇବର ଲୁଟେରା ଗିରଫ
April 26
18:02 2023

କଟକ,୨୬/୪ : ରାଜସ୍ଥାନ ଭରତପୁରରୁ ବନ୍ଧା ହେଲେ ଦୁଇ ସାଇବର ଠକ। ସେମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ କରିଛି ପୁଲିସ୍। ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିଲେ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର।
ନ୍ୟୁଡ୍ କଲ କରି କଟକ ଟାଉନ୍ର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଟକି ନେଇଥିଲେ ସାଇବର ଠକ। ଏନେଇ କଟକ ସାଇବର ଥାନାରେ ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍କୁ ରାଜସ୍ଥାନ ଭରତପୁର ଜିଲ୍ଲାର ଲିଙ୍କ ମିଳିଥିଲା। ଏହା ପରେ ପୁଲିସ୍ର ଗୋଟିଏ ଟିମ୍ ଭରତପୁର ଯାଇଥିଲା। ସେଠାରୁ ୧୦ରୁ ୧୨ ଦିନ ଧରି ଡେରା ପକାଇଥିଲା। ପରେ ପୁଲିସ୍ ଦୁଇ ସାଇବର ଠକ ମହମ୍ମଦ ଆଜାରୁଦ୍ଦିନ ଆନସାରୀ ଓରଫ ବିଲାଲ୍ ଓ ସାକିର ଖାନଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି। ଦୁଇ ଅଭିଯୁକ୍ତଙ୍କୁ କଟକରେ କୋର୍ଟରେ ହାଜର କରାଯାଇଥିଲା। ପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି। ପୁଲିସ୍ ଦୁଇ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ ଟି ମୋବାଇଲ ଫୋନ୍ ଓ ୨୦ଟି ସିମ୍ କାର୍ଡ ଜବତ କରିଛି।
କଟକ ଡିପିସିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଗ୍ୟାଙ୍ଗରେ ୭ରୁ ୮ ଜଣ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ସେମାନେ ଆଉ କେଉଁ କେଉଁ ଅପରାଧରେ ସମ୍ପୃକ୍ତ ରହିଛନ୍ତି, ତାହା ଉପରେ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତମାନେ ଫେସ୍ବୁକ୍ରେ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ମେସେଞ୍ଜର ଆପ୍ ମାଧ୍ୟମରେ ମୋବାଇଲ୍ ନମ୍ୱର ହାତଉଥିଲେ। ତା’ପରେ ହ୍ୱାଟ୍ସଆପ୍ରେ ଚାଟିଂ କରୁଥିଲେ। କଥାବାର୍ତ୍ତା ସମୟରେ ନ୍ୟୁଡ୍ ଭିଡିଓ ଓ ଫଟୋ ପଠାଉଥିଲେ। ତା’ପରେ ବ୍ଲାକମେଲିଂ ଆରମ୍ଭ କରୁଥିଲେ ବୋଲି ଡିସିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031