Indus Valley Times

ନୟାଗଡରେ ଗୃହରକ୍ଷୀ ଚୟନ ବିଜ୍ଞାପନ ସର୍ତ୍ତାବଳୀ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି : କଂଗ୍ରେସ

 Breaking News

ନୟାଗଡରେ ଗୃହରକ୍ଷୀ ଚୟନ ବିଜ୍ଞାପନ ସର୍ତ୍ତାବଳୀ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି : କଂଗ୍ରେସ

July 06
21:02 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୬/୭ : ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଜିଲ୍ଲା ଏସପି ତଥା ସମାଦେଷ୍ଟା ଙ୍କ ଦସ୍ତଖତରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୯ ତା ୦୫.୦୫.୨୦୨୪ରିଖରେ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ ଗୁଡିକୁ ଖୋଲା ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି ବୋଲି ବରିଷ୍ଠ ଆଇନଜୀବୀ ତଥା ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି ।
ଗୃହରକ୍ଷୀ ଚୟନ ପାଇଁ ସମୁଦାୟ ୧୦୦ ମାର୍କ ପରୀକ୍ଷାରୁ ୬୦ ମାର୍କ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କେଉଁ ଉଦ୍ଧେଶ୍ୟରେ ୨୦+୨୦ ମାର୍କ ଲେଖାଏଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଟ୍ରେଡ଼ ପରୀକ୍ଷା ସମେତ ସାକ୍ଷାତକାର ମାର୍କ ମିଶାଇ ୪୦ ମାର୍କ ପରୀକ୍ଷା ଫଳ ପରୀକ୍ଷାର୍ଥୀ ମାନଙ୍କ ଉପଲବ୍ଧ ପାଇଁ ପ୍ରକାଶ କରା ନଯିବା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ବୋଲି କଂଗ୍ରେସ ନେତା କହିଛନ୍ତି ।
ଏହି ଦୁଇଟି ପରୀକ୍ଷାର ୪୦ ନମ୍ବର ମାର୍କ କୁ ସାର୍ବଜନୀନ କରାନଯାଇ ଲୁଚାଚୋରା ଭାବେ ଏହାର ଦୁରୁପଯୋଗ କରାଯାଇ ଥିବା ପ୍ରତ୍ୟେକ ପରୀକ୍ଷାର୍ଥୀ ଙ୍କ ମନରେ ସନ୍ଦେହ ବଢ଼ିବଢ଼ି ଚାଲିଛି କ୍ଷ ଯଦି ୧୦୦ ମାର୍କ ପରୀକ୍ଷା ରେ କୃତକାର‌୍ୟ୍ୟ ହୋଇଥିବା ପ୍ରାର୍ଥୀ ମାନେ ନିଯୁକ୍ତି ପାଇବେ ବୋଲି ବିଜ୍ଞାପନ ରେ ଦର୍ଶାଯାଇ ଥିଲା ତେବେ ୮୦ ମାର୍କ ନମ୍ବର ଆଧାର ରେ ଗୃହରଖି ନିଯୁକ୍ତି ଦିଆଯାଇ ଥିବା ଅଭିଯୋଗରେ ସତ୍ୟତା ଥିଲେ ସମୁଦାୟ ଗୃହରକ୍ଷୀ ନିଯୁକ୍ତି ରେ ପ୍ରିୟାପ୍ରୀତି ଜାଲିଆତି ହୋଇଥିବା ସମ୍ଭାବନା କୁ ଅସ୍ବୀକାର କରାଯାଇ ନପାରେ ବୋଲି ଶ୍ରୀ ଦାଶ ଗଣମାଧ୍ୟମ କୁ କହିଛନ୍ତି । ନିଯୁକ୍ତି ପ୍ରକ୍ରିୟା ର ଆଉ ଏକ ଖୋଲା ଉଲ୍ଲଙ୍ଘନ ପ୍ରସଙ୍ଗ ହେଉଛି ନୟାଗଡ ସଦର ଥାନା ପାଇଁ ବିଜ୍ଞାପନ ଅନୁସାରେ ୧୫ ଗୋଟି ଗୃହରକ୍ଷୀ ପଦବୀ ନିର୍ଦ୍ଧାରିତ ଥିବାବେଳେ ପରୀକ୍ଷାରେ ୧୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଲେ କିନ୍ତୁ ଚୂଡାନ୍ତ ନିଯୁକ୍ତି ତାଲିକାରେ ମାତ୍ର ୬ ଜଣଙ୍କୁ ନିଯୁକ୍ତି ଦିଆଯାଇ ଅବଶିଷ୍ଟ ୯ ଗୋଟି ପଦବୀ ଅନ୍ୟ ଥାନାକୁ ଦିଆଯିବା ଭଳି ସଂଗୀନ ତ୍ରୁଟି କରାଯାଇ ମୂଳ ବିଜ୍ଞାପନ କାର‌୍ୟ୍ୟକାରୀ କରାଯାଇ ନାହିଁ ।
ଏହିଭଳି ନୟାଗଡ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ସମସ୍ତ ନୀତିନିୟମ ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇ ଥିବା ପ୍ରତିବାଦ ରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ରାଜ୍ୟ ଗୃହରକ୍ଷୀ ବାହିନୀ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930