Indus Valley Times

ନୟାଗଡରେ ମେଡିକାଲ କଲେଜ ଓ ନୟାଗଡ଼ କଲେଜ କୁ ବିଶ୍ୱବିଦ୍ୟାଳୟ କରିବାପାଇଁ ଜୋରଧରିଲା ହେମେନ୍ଦ୍ର ସେନା

 Breaking News

ନୟାଗଡରେ ମେଡିକାଲ କଲେଜ ଓ ନୟାଗଡ଼ କଲେଜ କୁ ବିଶ୍ୱବିଦ୍ୟାଳୟ କରିବାପାଇଁ ଜୋରଧରିଲା ହେମେନ୍ଦ୍ର ସେନା

March 15
09:23 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୧୫/୩ : ଅରଣ୍ୟରାଜ କିଶୋର ସିଂଙ୍କ ଆହ୍ବାନକ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ନୟାଗଡ ଜିଲ୍ଲାରେ ଏକ ମେଡିକାଲ କଲେଜ ଏବଂ ନୟାଗଡ ସୟଂଶାସିତ ମହାବିଦ୍ୟାଳୟକୁ ନୟାଗଡ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ନିମନ୍ତେ ନୟାଗଡ ପି.ଡବ୍ଲୁ.ଡି. ବଙ୍ଗଳାଠାରୁ ଏକ ପଦଯାତ୍ରା ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୂଖେ ଯାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ଆଗାମୀ ଦିନରେ ଯଦି ଏହି ଦାବି ଉପରେ କୌଣସି ପ୍ରକାର ପଦକ୍ଷେପ ନନିଆଯାଏ ତେବେ ପୁନର୍ବାର ଆନ୍ଦୋଳନ କରିବା ସହିତ ବିଧାନସଭା ସମୁଖରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି କର୍ମକର୍ତ୍ତା ।
ଏହି କାର୍ଯ୍ୟକ୍ରମରେ ନୟାଗଡ ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ, ହେମେନ୍ଦ୍ର ସେନାର ସଭାପତି ସୌମ୍ୟରଞ୍ଜନ ପ୍ରଧାନ, ହେମେନ୍ଦ୍ର ସେନାର ସମ୍ପାଦକ ଶେଖ ଅବଦୁଲ ଆହାଦ ସମେତ ୫୦୦ରୁ ଅଧିକ ହେମେନ୍ଦ୍ର ସେନା ଓ ନୟାଗଡ ବିକାଶ ମଞ୍ଚର କାର‌୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031