Indus Valley Times

ନୟାଗଡ଼ରୁ ସେଟଲମେଣ୍ଟ କମିଶନ କୋର୍ଟ ସ୍ଥାନାନ୍ତରକୁ ବିରୋଧ ନିର୍ଦ୍ଦେଶାନାମା ରଦ୍ଦ ନ ନେଲେ ମୁଣ୍ଡ ଟେକିବ ଜନ ଆନ୍ଦୋଳନ

 Breaking News

ନୟାଗଡ଼ରୁ ସେଟଲମେଣ୍ଟ କମିଶନ କୋର୍ଟ ସ୍ଥାନାନ୍ତରକୁ ବିରୋଧ ନିର୍ଦ୍ଦେଶାନାମା ରଦ୍ଦ ନ ନେଲେ ମୁଣ୍ଡ ଟେକିବ ଜନ ଆନ୍ଦୋଳନ

July 26
17:25 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୭ : ନୟାଗଡ଼ ଜିଲ୍ଲାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବ ସେଟଲମେଣ୍ଟ କମିଶନ କୋର୍ଟ। ଏହି ଖବର ଜଣାପଡ଼ିବା ପରେ ଜିଲ୍ଲାର ସମସ୍ତ ଓକିଲ ସଂଘ ସମୂହର ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି।
ପ୍ରତିବାଦ ସ୍ବରୁପ ସେମାନେ ଆଜି ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାନଗଲେ, ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଗୁଡ଼ିକ ପକ୍ଷରୁ କୁ‌ହାଯାଇଛି।
ଓକିଲ ସଂଘର ଅଭିଯୋଗ ମୁତାବକ, ନୟାଗଡ଼ ଜିଲ୍ଲା ସଦର ମହକୁମାରୁ ଜିଲ୍ଲା ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପ୍ରସଙ୍ଗ ସ୍ଥିର କରାଯାଇଥିବା ନେଇ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶାନାମା ଜାରି କରାଯାଇଛି।
ମାତ୍ର ଏହାକୁ ସାବର୍ଜନୀନ ନ କରି ଜିଲ୍ଲା ପ୍ରଶାସନ ଲୁଚାଇ ରଖିବା ଘଟଣାକୁ ଆଇନଜୀବୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହି ଖବର ସଂକ୍ରାନ୍ତରେ ଗତକାଲି ସେମାନେ ଜାଣିବା ପରେ ଆଜି ଏହାର ବିରୋଧ କରିବା ପାଇଁ ସ୍ଥିର କରିଥିଲେ।
ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ସମେତ, ଖଣ୍ଡପଡ଼ା ଓକିଲ ସଂଘ, ରଣପୁର ଓକିଲ ସଂଘ, ଦଶପଲ୍ଲା ଓକିଲ ସଂଘ, ଓଡଗାଁ ଓକିଲ ସଂଘ, ଭାପୁର ଓକିଲ ସଂଘ, ସମସ୍ତ ମୋହରି ସଂଘ ଏବଂ ଜିଲ୍ଲାର ଜନସଧାରଣ ସର୍ବୋପରି ମୋକଦ୍ଦମାର ପକ୍ଷମାନେ ଆଜି ରାସ୍ତାକୁ ଓହ୍ଲାଇଥିଲେ।
ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ନ୍ୟାୟଧୀଶଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରାରେ ଓକିଲମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଓକିଲ ସଂଘ ଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ନୟାଗଡ଼ରୁ ଉକ୍ତ କମିଶନ କୋର୍ଟ ସ୍ଥାନାନ୍ତରଣ କରାଗଲେ ବହୁ ସମସ୍ୟା ସୃଷ୍ଟି ହେବ।
ହଜାର ହଜାର ସଂଖ୍ୟାରେ ବିଚାରଧୀନ ମାମଲା ଗୁଡ଼ିକର ପକ୍ଷମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ସେମାନେ ଭୁବନେଶ୍ବରକୁ ବାରମ୍ବାର ଦୌଡ଼ିବା ଯୋଗୁଁ ସମୟ ଅପଚୟ ସହ ଅଯଥା ଖର୍ଚ୍ଚାନ୍ତ ହେବ। ଏହାସହ ଓକିଲମାନଙ୍କ ମାମଲା ପରିଚାଳନା କରିବାରେ ସମସ୍ୟା ଭୋଗିବେ।
ଏ ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି ଓକିଲ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିକୁ ସରକାର ଗ୍ରହଣ କରିବା ଦରକାର। ନଚେତ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ। ଆଉ ଏଥିପାଇଁ ସରକାର ହିଁ ଦାୟୀ ରହିବେ।
ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହାର ସମାଧାନ ସ୍ୱରୂପ କମିଶନ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶାନାମାକୁ ରଦ୍ଦ କରିବା ଆବଶ୍ୟକ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031