Indus Valley Times

ନୟାଗଡ଼ :ଜଳିଗଲା ଲୁଗା ଦୋକାନ

 Breaking News

ନୟାଗଡ଼ :ଜଳିଗଲା ଲୁଗା ଦୋକାନ

October 26
10:27 2023

ନୟାଗଡ଼,୨୬/୧୦: ନୟାଗଡ଼ ସହର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ ଗାରମେଣ୍ଟସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପୋଷାକପତ୍ର ପୋଡ଼ିପାଉଁଶ ହୋଇଯାଇଛି।
ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ କାବୁ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲା। ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ରାତି ୩ଟା ବେଳେ ନିଆଁ ବାହାରକୁ ଆସିବା ପରେ ସ୍ଥାନୀୟ ଲୋକେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031