Indus Valley Times

ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମୂର୍ତ୍ତିକା ଦିବସ ପାଳିତ

 Breaking News

ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମୂର୍ତ୍ତିକା ଦିବସ ପାଳିତ

ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମୂର୍ତ୍ତିକା ଦିବସ ପାଳିତ
December 07
21:09 2022

ନୂଆଗାଁରୁ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ (ନୟାଗଡ଼),୭/୧୨: ଡିସେମ୍ବର ୫ ସାରା ବିଶ୍ବରେ ବିଶ୍ଵମୂର୍ତିକା ଦିବସ ପାଳନ ହୋଇଥିବା ବେଳେ, ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଞ୍ଚଓଡ଼ଗାଁ ଓ ନୂଆଗାଁ ବ୍ଳକଞ୍ଚର କୃଷକ ମାନଙ୍କୁ ନେଇ ବାହାଡାଝୋଲା କଲିଆମ୍ବା ନିକଟସ୍ଥ, ଯୁବ କୃଷିଉଦ୍ୟଗି ରବୀନ୍ଦ୍ର କୁମାର ସାହୁଙ୍କ ଇକ୍ଷକ୍ଷ ଲକ୍ସରଗ୍ଦଷ ସଦ୍ଭଗ୍ଧସଶକ୍ସରଗ୍ଧରୟ ଲସଗ୍ଦଷ ଲବକ୍ସଜ୍ଞ ପରିସର ରେ ବିଶ୍ଵ ମୂର୍ତିକା ଦିବସ ପାଳିତ ହୋଇଯାଇଛି।
ଏହି କାର‌୍ୟ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିବା ବେଳେ, ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବିଜ୍ଞାନୀ ଡାକ୍ତର ଜ୍ୟୋତିରେଖା ପଟ୍ଟନାୟକ ଓ ରୋଜାଲିନ ପ୍ରହରାଜ ଚାଷୀ ମାନଙ୍କୁ ଖାଦ୍ୟ ଯୋଗାଉଥିବା, ମାଟି ମା ର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ପ୍ରାକୃତିକ ପ୍ରଣାଳୀ ରେ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଶ୍ବରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଚାଷୀମାନେ ଅଧିକ ଫସଲ ଅମଳ ପାଇଁ ବହୁଳ ଭାବରେ ରାସାୟନିକ ସାର ଓ ରୋଗପୋକ ଦମନ ପାଇଁ ଜମିରେ ବିଭିନ୍ନ ପ୍ରକାର ବିଷାକ୍ତ ରାସାୟନିକ ଔଷଧ ବ୍ୟବହାର କରିବା ଫଳରେ,
ପରୋକ୍ଷରେ କିଭଳି ଏହାର କୁପ୍ରଭାବ ମୃତ୍ତିକା , ପରିବେଶ ଓ ଆମ ସ୍ୱାସ୍ଥ୍ୟ ଉପରେ ପଡୁଛି ସେସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।
ଆମେ ଚାହିଁଲେ କିପରି ରାସାୟନିକ ସାର ବ୍ୟବହାର କୁ କମ କରି, ଜୈବିକ ସାର ବ୍ୟବହାର କରି ଅଧିକ ଫସଲ ଅମଳ କରିପାରିବା ସେଥିନେଇ ଅବଗତ କରାଇଥିଲେ।
ପ୍ରାକୃତିକ ଚାଷ କରିବା ସହ ଜୈବିକ ସାର ବ୍ୟବହାର କରି ଚାଷ କରିବା ଦ୍ଵାରା,
ଆମ ମାଟି ମାଆ ସୁରକ୍ଷିତ ହୋଇପାରିବ, ଫସଲ ଅଧିକ ଅମଳ କ୍ଷମ ହୋଇପାରିବ,ପରିବେଶ ସୁସ୍ଥ ରହିବ ଏବଂ ଆମେ ଆମ ସ୍ବାସ୍ଥ୍ୟ କୁ ମଧ୍ୟ ସୁସ୍ଥ ରଖିପାରିବା ।
ଉପସ୍ଥିତ କୃଷି ବୈଜ୍ଞାନିକ ପ୍ରାକୃତିକ ଚାଷ ପଦ୍ଧତି, ଜୈବିକ ସାର ପ୍ରସ୍ତୁତିର ଜ୍ଞାନକୌଶଳ ଓ ବ୍ୟବହାର ବିଧି ସଂପର୍କରେ ଅବଗତ କରାଇଥିଲେ।
ବିଶ୍ଵ ମୂର୍ତ୍ତିକା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିବା କୃଷକ ମାନେ ଖୁସି ଅନୁଭବ କରିଥିଲେ ଏବଂ ଉପସ୍ଥିତ କୃଷି ବୈଜ୍ଞାନିକ ଙ୍କୁ ପ୍ରଶଂସା କରିବା ସହ ଆଗକୁ ଜୈବିକ ସାରା ପ୍ରୟୋଗ ,ପ୍ରାକୃତିକ ଓ ଜୈବିକ ପଦ୍ଧତିର ଚାଷ କରି ମାଟି ମା ଓ ପରିବେଶ କୁ କିପରି ସୁସ୍ଥ ରଖି ଅଧିକ ଅମଳ କରିପାରିବା ସେ କଥା କହିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031