Indus Valley Times

ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୁରୀଙ୍କ ଜରିଆରେ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ

 Breaking News

ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୁରୀଙ୍କ ଜରିଆରେ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ

ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୁରୀଙ୍କ ଜରିଆରେ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ
April 13
20:06 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୩/୪ : ନୟାଗଡ଼ ଜିଲ୍ଲା ଜଜ୍ ତଥା ପ୍ରଥମ ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବୁନାଲ ର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୈ।ଧୁରୀ ଙ୍କ ଜରିଆରେ ଏକ ଦୁର୍ଘଟଣା ମୃତ୍ୟୁ ଜନିତ କ୍ଷତିପୂରଣ ବାବଦ ଅର୍ଥ ୫୦ ଲକ୍ଷ ୪୦ ହଜାର ଟଙ୍କା ମୃତକ ସୂର୍ଯ୍ୟନାରାୟଣ ଶତପଥୀ ଙ୍କ ସ୍ତ୍ରୀ ସୁଜାତା ଶତପଥୀ ଏବଂ ତାଙ୍କର ତିନି ଝିଅ ସଙ୍ଗୀତା , ସରିତା ଓ ସସ୍ମିତା ଙ୍କୁ ପ୍ରଦାନ କରାଯାଇଛି।
ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନିୟୁ ଇଣ୍ଡିଆ ଇନସ୍ୟୁରାସଂ କମ୍ପାନୀ ର ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ଶ୍ରୀଯୁକ୍ତ ବୃନ୍ଦାବନ ମଲ୍ଲିକ, ପରିଚାଳକ କୃଷ୍ଣ ଚନ୍ଦ୍ର ବେହେରା, ଅନ୍ୟତମ ପରିଚାଳକ ଶତପଥୀ ନାୟକ ଉପସ୍ଥିତି ରେ ଏହି ଅର୍ଥ ରାଶି ମୃତକଙ୍କ ପରିବାରକୁ ଦିଆଯାଇଥିଲା।
ପ୍ରକାଶ ଥାଉକି ୧୨/୧୦/୨୦୧୮ ତାରିଖ ରେ ଗତୀଶ୍ବର ଦେବ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ସୂର‌୍ୟ୍ୟନାରାୟଣ ଶତପଥୀ ଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।
୧୨/୦୩୨୦୨୨ ତାରିଖ ରେ ଜାତୀୟ ଲୋକ ଅଦାଲତରେ ଜିଲ୍ଲା ଜଜ୍ ଶ୍ରୀମତୀ ରୁପଶ୍ରୀ ଚୈ।ଧୁରୀ ଏବଂ ଜିଲ୍ଲା ଆଇନ୍ ସହାୟତା ଅଧିକାରୀ ବିଶେଷ କୁମାର ସାହୁ ଙ୍କ ସହାୟତା ରେ କମ୍ପାନୀ ଓକିଲ ରମେଶ ଚନ୍ଦ୍ର ଚମ୍ପତିରାୟ ଏବଂ ପ୍ରତିପକ୍ଷ ଆବେଦନ କାରିଣୀ ମାନଙ୍କ ଓକିଲ ଚିତ ରଞ୍ଜନ ପଟ୍ଟନାୟକ ଓ ଜୁଜୁ ମହାପାତ୍ର ଏବଂ କମ୍ପାନୀ କର୍ମକର୍ତ୍ତାଙ୍କୁ ଉପସ୍ଥିତି ରେ ଉଭୟପକ୍ଷ ମଧ୍ୟରେ ଆପୋଷ ରାଜିନାମା ରେ ସ୍ବାକ୍ଷର କରାଯାଇ ଅର୍ଥରାଶି ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031