Legatus

ନୟାଗଡ଼ : ଲାଞ୍ଚ ନେବା ପଡିଲା ମହଙ୍ଗା

 Breaking News

ନୟାଗଡ଼ : ଲାଞ୍ଚ ନେବା ପଡିଲା ମହଙ୍ଗା

July 29
10:12 2023

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୭: ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ରେ ବର୍ତମାନ କାଜ୍ୟରତ ଥିବା ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଧରାପଡ଼ି ଛନ୍ତି।
ଶୁକ୍ରବାର ସକାଳେ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ।ଗୋଟେ ବାଲି ବୋଝେଇ ହାଇବା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କା ରେ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିଲେ ବାକି ୩ ହଜାର ଟଙ୍କା ଶୁକ୍ରବାର ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ର ମିଳିତ ସହ ଯୋଗରେ ଧରା ପଡ଼ିଛନ୍ତି। ଓ ତାଙ୍କ ଠାରୁ ଆହୁରି ଅନେକ ତଥ୍ୟ ପାଇଁ ଭିଜିଲାନ୍ସ ଅଫିସର ମାନେ ତଦନ୍ତ ଜାରି ରଖିଛନ୍ତି।
ନୟାଗଡ଼: ପୋଖରିରେ ବୁଡି ଦୁଇ ନାବାଳକ ମୃତ
ନୟାଗଡ଼,୨୯/୭: ଶୁକ୍ରବାର ଶକାଳୁ ଶକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ଗ୍ରାମର ଭୋଇ ସାହି ରେ।ଦୁଇ ନାବାଳକ ସେହି ଗ୍ରାମର ମହାଦେବ ମନ୍ଦିର ପୋଖରିକୁ ଗାଧେଇ ଜିବା ସମୟରେ ବୁଡିଜାଇଛନ୍ତି।
ଦୁଇଜଣଙ୍କ ନାମ ହେଲା। ରିତେଶ ନାୟକ ବୟସ ୬ ପିତା ମହେଶ ନାୟକ, ରାକେଶ ନାୟକ ବୟସ ୬ ପିତା ବାବୁ ନାୟକ। ଗ୍ରାମର କିଛି ଜୁବକ ପୋଖରୀରେ ଗାଧେଇବା ସମୟରେ ଗଙ୍ଗାଧର ଦଳେଇ ନାମଙ୍କ ଏକ ଜୁବଙ୍କ ର ଗୋଡରେ ବାଜିବାରୁ ସେ ସମସ୍ତ ଙ୍କୁ କହିଥିଲେ ଏବଂ ବହୁଖୋଜାଖେଜି କଲାପରେ ଦୁଇଜଣ ନାବାଳକ ଙ୍କୁ ଉଧାର କରି ପରିବାର ଲୋକଙ୍କୁ ଜଣାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟାଜାଇଥିଲା ଏବଂ ସେଠାରେ ଡକ୍ଟର ସେ ଦୁହିଁଙ୍କୁ ମୁଁତ ଘୋଷଣା କରିଛନ୍ତି। ସୁଚନା ଅନୁସାରେ ରିତେଶ ନାୟକ ର ଘର ନୟାଗଡ଼ ଜିଲ୍ଲା ସରଣକୁଳ ଆରେଡା ରେ ସେ ତା-୨୭-୭-୨୦୨୩ ରେ ଅଜାଘରକୁ ବୁଲିବା ପାଇଁ ସୋରଡା ଆସିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31