Indus Valley Times

ନୟାଗଡ଼ : ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ

 Breaking News

ନୟାଗଡ଼ : ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ

ନୟାଗଡ଼ : ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ
January 17
19:52 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୭/୧: ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର‌୍ୟ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଥିବା ଏକ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି ।
ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର‌୍ୟ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ନବବର୍ଷ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାମ୍ବାଦିକ ଏକତାକୁ ସୁଦୃଢ଼ କରିବା, ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ସମସ୍ତେ ଦାୟିତ୍ୱବାନ ହେବା ଉପରେ ଆଲୋଚନା ହୋଇଥିଲା ।
ସାମ୍ବାଦିକ ଭବନ ସମ୍ପାଦକ ଅନୀଲ କୁମାର ପଣ୍ଡା, କୋଷାଧ୍ୟକ୍ଷ ବିଶ୍ୱଜିତ ନାୟକ ସମସ୍ତ କାର‌୍ୟ୍ୟ ପରିଚାଳନା କରିଥିଲେ ।
ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସାମ୍ବାଦିକ ଭବନ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ମହାପାତ୍ର, ରବୀନ୍ଦ୍ର କୁମାର ଦାସ, ପ୍ରଶାନ୍ତ ଜେନା, ସଞ୍ଜୟ କୁମାର ସ୍ୱାଇଁ, ରଜତ କୁମାର ପଟ୍ଟନାୟକ, ରାମକୃଷ୍ଣ ରଥ, ନିହାର ପଟ୍ଟନାୟକ ପ୍ରମୂଖ ସହଯୋଗ କରିଥିଲେ । ଜିଲ୍ଲା ସାମ୍ବାଦିକ ଭବନର ସମସ୍ତ ସଦସ୍ୟ ଏବଂ ବ୍ଲକ ପ୍ରତିନିଧିଙ୍କୁ ମିଶାଇ ୧୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ସମାଗମ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930