Indus Valley Times

ନୟାଗଡ : ଅଙ୍ଗନବାଡି ଦିଦିଙ୍କ ସନ୍ଦେହ ଜନକ ମୃତ୍ୟୁ

 Breaking News

ନୟାଗଡ : ଅଙ୍ଗନବାଡି ଦିଦିଙ୍କ ସନ୍ଦେହ ଜନକ ମୃତ୍ୟୁ

February 08
22:17 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୮/୨: ନୟାଗଡ ଘଡୁଆଳ ଗ୍ରାମ ରେ ଘର ଭିତରୁ ଜଣେ ମହିଳାଙ୍କ ମ୍ରୁତଦେହ ସଂନ୍ଦେହ ଜନକ ଭାବେ ଉଦ୍ଦାର ହୋଇଛି। ମ୍ରୁତ ମହିଳା ଜଣଙ୍କ ଘଡୁଆଳ ଗ୍ରାମର ବିଜୟ କୁମାର ପଣ୍ଡାଙ୍କ ପତ୍ନୀ ସଂନ୍ଦ୍ୟାରାଣୀ ପଣ୍ଡା ବୟସ(୫୨)ବର୍ଷ ବୋଲି ଜଣାପଡିଛି।
ମ୍ରୁତ ସଂନ୍ଦ୍ୟାରାଣୀ ଘଡୁଆଳ ୨ ନଂ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ହୋଇଥିବା ସୁଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ପଡୋଶୀମାନେ ସକାଳେ ଘରକାମ କରୁଥିବାର ଦେଖିଥିଲେ।
ଦିନ ୧୨ ଟା ସମୟରେ ପଡୋଶୀ ଗାଈ ପାଇଁ ତୋରାଣି ଆଣିବା ପାଇଁ ଯିବା ସମୟରେ ସନ୍ଧ୍ୟାଙ୍କୁ ଡାକିଥିଲେ। ସେ ନ ଶୁଣିବାରୁ ତାଙ୍କ ଘର ଭିତରକୁ ଯାଇଥିଲେ। ସେଠୀ ପଡୋଶୀ ସନ୍ଧ୍ୟାରାଣୀଙ୍କୁସଂନ୍ଦେହ ଜନକ ଭାବେ ପଡିଥିବାର ଦେଖିଥିଲେ।
ସଂନ୍ଦ୍ୟାରାଣୀ ଅଚେତ ଥିବା ଭାବୀ ପଡୋଶୀ ମାନେ ତାଙ୍କୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ\’ ।
ମ୍ରୁତ ସଂନ୍ଦ୍ୟାରାଣୀଙ୍କ ସ୍ବାମୀ ଓ.ଏସ.ଆର.ଟି.ସି ର କଟକ ଅଫିସରେ କାମ କରୁଥିବା ବେଳେ ପୁଅ ମଧ୍ୟ କଟକରେ ରହୁଥିବା ଜଣାପଡିଛି। ତାଙ୍କ ଝିଅଙ୍କ ବାହାଘର ହୋଇ ଯାଇଥିବାରୁ ଘରେ କେହି ଉପସ୍ଥିତ ନଥିଲେ।
ପାରିପାଶ୍ବିକ ଅବସ୍ଥାକୁ ଦେଖିଲେ ସଂନ୍ଦ୍ୟାରାଣୀଙ୍କ ମ୍ରୁତ୍ୟୁକୁ ନେଇ ସଂନ୍ଦେହ ବଢୁଥିବା ବେଳେ ଟାଉନ୍ ଥାନା ପୋଲିସ ମ୍ରୁତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରିରଖିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031