Indus Valley Times

ନୟାଗଡ଼ : ଲୋକଙ୍କୁ ନାଲିଆଖି ଦେଖାଇ କାର୍ଯ୍ୟ କରୁଛନ୍ତି ଠିକାଦାର

 Breaking News

ନୟାଗଡ଼ : ଲୋକଙ୍କୁ ନାଲିଆଖି ଦେଖାଇ କାର୍ଯ୍ୟ କରୁଛନ୍ତି ଠିକାଦାର

November 04
20:16 2022

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୧୧: ନୂଆଗାଁ -ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଯନ୍ତ୍ରୀ – ଠିକାଦାର ମଧ୍ୟରେ ସାଲସୁତରା ହୋଇ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ବର୍ତମାନ ମାଳିସାହି ପଂଚାୟତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ମାଳିସାହି ପଂଚାୟତ ଅନ୍ତର୍ଗତ ଢିପିସାହି ଠାରୁ ବେଗୁନିଆ ସାହିକୁ ଯିବା ଆସିବା କରିବା ପାଇଁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିନାହିଁ। ଯାହାଫଳରେ ଲୋକମାନେ ବର୍ଷା ଦିନେ କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି।
ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ରାସ୍ତାରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କୁ ହାତବାରିଶି କରି ନିଜକୁ ସୁହାଇଲା ଭଳି ସ୍ଥାନରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ତେବେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ସ୍ଥାନରେ କାଦୁଅ ହେଉଛି ।
ସେହି ସ୍ଥାନରେ ରାସ୍ତା କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ବିଭାଗୀୟ ଯନ୍ତ୍ରୀ ଏବଂ ଠିକଦାରଙ୍କୁ କହିଥିଲେ ସୁଦ୍ଧା ସେ ଲୋକଙ୍କ କଥାକୁ ଖାତିର ନକରି ଠିକାଦାରଙ୍କୁ ସୁହାଇଲା ଭଳି ସ୍ଥାନରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031