Indus Valley Times

ପଟିଆ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

 Breaking News

ପଟିଆ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ପଟିଆ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
January 21
11:34 2023

ଭୁବନେଶ୍ବର,୨୧/୧: ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ଫେରାର ହୋଇଥିବା ଦ୍ଵିତୀୟ ଅଭିଯୁକ୍ତକୁ ଗିରଫ କରିଛି ଜିଆର୍ପି ଥାନା ପୁଲିସ୍। ଅଭିଯୁକ୍ତକୁ ପୁଲିସ୍ ବାଙ୍କୀ ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଅନ୍ୟ ରାଜ୍ୟକୁ ଯିବା ପାଇଁ ଉଦ୍ୟମ କରିବା ବେଳେ ଜିଆର୍ପି ପୁଲିସ୍ ଖବର ପାଇଁ ଧରିଥିବା ସୂଚନା ରହିିଛି।
ପୂର୍ବରୁ ଗତ ୧୮ ତାରିଖରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୁଲିସ ଗିରଫ କରିଥିବା ବେଳେ ସେ ବାଙ୍କୀ ପଦନପୁରର ବାସିନ୍ଦା ବୋଲି ଜଣା ପଡ଼ିଥିଲା।
ଇୟଗ୍ଦ ଭଚ୍ଚ ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି। କିଛି ଦିନ ତଳେ ଏକ ସଂଧ୍ୟାରେ ସେମାନଙ୍କୁ ଅପହରଣ ପରେ ଦଉଡ଼ିରେ ବାନ୍ଧି ଦୁଷ୍କର୍ମ କରାଯାଇଥିଲା।
ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବା ବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇ ଯାଇଥିଲେ । ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ ।
ପରିବାର ଲୋକେ ଏ ନେଇ ଦୁର୍ବୃତ୍ତଙ୍କୁ ପଚାରିବାରୁ ସେମାନେ ଟଙ୍କାର ଲୋଭ ଦେଖାଇ ଘଟଣା ସମ୍ପର୍କର କାହା ଆଗରେ ନ କହିବାକୁ ଧମକ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031