Indus Valley Times

ପଡି ରହିଥିବା ଶବକୁ କାନ୍ଧ ଦେଲେ ଯୁବ ସରପଞ୍ଚ ଓ ସାମ୍ବାଦିକ

 Breaking News

ପଡି ରହିଥିବା ଶବକୁ କାନ୍ଧ ଦେଲେ ଯୁବ ସରପଞ୍ଚ ଓ ସାମ୍ବାଦିକ

ପଡି ରହିଥିବା ଶବକୁ କାନ୍ଧ ଦେଲେ ଯୁବ ସରପଞ୍ଚ ଓ ସାମ୍ବାଦିକ
June 20
20:21 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନଆଗଡ଼,୨୦/୬: ଆଜି ବି ବଞ୍ଚିଛି ମାନବିକତା କ୍ଷ ଆଜି ବି ରହିଛି ମଣିଷ ପଣିଆର ନିଆରା ଉଦାହରଣ । ଯେଉଁଠି ସେବା କେବଳ ସାମାଜିକ ଗଣମାଧ୍ୟମର ପୃଷ୍ଠା ବିମଣ୍ଡିତ କରୁଛି ସେଇଠି ସେବାର ନୂଆ ନୂଆ ଦୃଷ୍ଟାନ୍ତ ସାମ୍ନାକୁ ଆସୁଅଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଟାଙ୍ଗୀସାହି ଗାଁରେ । ଏହି ଗାଁରେ ଦୀର୍ଘ ୬ ଘଣ୍ଟା ଧରି ଦୁର୍ଗନ୍ଧ ପରିବେଶରେ ଏକ ଶବ ପଡିରହିଥିବା ବେଳେ ଅନ୍ତିମ ଯାତ୍ରା ପାଇଁ କାନ୍ଧ ମିଳି ନ ଥିଲା । ଶେଷରେ ସ୍ଥାନୀୟ ଯୁବ ସରପଞ୍ଚ ଏବଂ ମହୋତ୍ସବ ଅଧ୍ୟକ୍ଷ ଶବଟିକୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରାଇଛନ୍ତି ।
ଏହି ଗାଁ ରେ ଦୀର୍ଘ ୪୦ ବର୍ଷ ହେବ କୃଷ୍ଣ ବହାଦୁର ଏବଂ ତାଙ୍କର ପତ୍ନୀ ଓ ୪ ଝିଅ ରହିଆସୁଥିଲେ । କୃଷ୍ଣ ନେପାଳରୁ ଆସି ସ୍ଥାନୀୟ ରାଜ ସୁନାଖଳା ବଜାରରେ ଚୌକିଦାର (ରାତ୍ରୀ ଜଗୁଆଳି) ଭାବେ କାର୍ଯ୍ୟ କରୁଥିଲେ କ୍ଷ ନିଜର ସୀମିତ ରୋଜଗାରରେ ସେ ୪ ଝିଅଙ୍କ ବିବାହ କରାଇଥିଲେ। ପରେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା ।
ଯାହାଫଳରେ ଗତ ୫ ବର୍ଷ ହେବ କୃଷ୍ଣ ସମ୍ପୂର୍ଣ ଏକୁଟିଆ ଓ ବେସାହାରା ହୋଇପଡ଼ିଥିଲେ ।ଏପଟେ ଦଇବର ଯନ୍ତ୍ରଣା ମଧ୍ୟ ଥିଲା ଅତି କଠିନ । କୃଷ୍ଣଙ୍କ ଦୁଇଗୋଡ଼ରେ ଘାଆ ହୋଇ କ୍ରମଶଃ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ଚିକିତ୍ସା ପାଇଁ ଅର୍ଥ ସାଙ୍ଗକୁ ଆତ୍ମୀୟଙ୍କ ଅଭାବ କାରଣରୁ କୃଷ୍ଣଙ୍କ ଶରୀର ସାରା ବଡ଼ ବଡ଼ ଘା ହୋଇ ସମ୍ପୂର୍ଣ କୀଟଯୁକ୍ତ ହୋଇ ଯାଇଥିଲା ।
ଗତ ୪ ମାସ ହେବ ନିଜ ଘରର ବନ୍ଦ କୋଠରୀରେ ପଡି ଖାଦ୍ୟ, ଯତ୍ନ ଅଭାବରେ ରୋଗ ଯନ୍ତ୍ରଣାରେ ଗତକାଲି ବଡି ଭୋରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କୃଷ୍ଣ କ୍ଷ ମାତ୍ର ଦୁର୍ଗନ୍ଧ ଯୁକ୍ତ ଶବ ସାଙ୍ଗକୁ କୁଟୁମ୍ବଙ୍କ ଅଭାବରୁ କେହି ଜଣେ ହେଲେ ଶବକୁ ଛୁଇଁ ନ ଥିଲେ । ଫଳରେ ଦିନ ୧ ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ କ୍ଷ ତେବେ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ ରାଜ ସୁନାଖଳା ପଞ୍ଚାୟତର ଚର୍ଚ୍ଚିତ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ରାଜ ସୁନାଖଳା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ।
ଜଣେ ଶ୍ରମିକଙ୍କୁ ଡକାଇ ଉଭୟ ଏକ କୋକେଇରେ ଶବଟିକୁ କାନ୍ଧେଇ ଶ୍ମଶାନକୁ ନେଇଯାଇଥିଲେ ।୪୦ ଡିଗ୍ରୀର ତାତି ସାଙ୍ଗକୁ ଶବର ଦୁର୍ଗନ୍ଧ ଭାଙ୍ଗି ପାରି ନ ଥିଲା ଏହି ଉଭୟ ଯୁବ ଦ୍ବୟଙ୍କ ଉଦ୍ୟମକୁ କ୍ଷ ଯଥା ରୀତିନୀତି ଅନୁଯାୟୀ ସ୍ଥାନୀୟ ହଡାନଦୀ କୂଳରେ ଥିବା ଶ୍ମଶାନରେ କୃଷ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଉଭୟ ।
ସ୍ଥାନୀୟ ଅଞ୍ଚଳରେ ଯିଏ ଏହି ଦୃଶ୍ୟ ଦେଖିଛି ପ୍ରଶଂସା ନ କରି ରହିପାରିନାହିଁ ଉଭୟଙ୍କ ଏହି ଉଦ୍ୟମକୁ । ବିଗତ ଦିନରେ ଯୁବ ସରପଞ୍ଚ ନିଜସ୍ୱ ଉଦ୍ୟମରେ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର କାର‌୍ୟ୍ୟକରି କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସିତ ହୋଇଥିଲେ କ୍ଷ ଅପର ପକ୍ଷେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଆର୍ତତ୍ରାଣ ଗତ ୨ ବର୍ଷ ତଳେ ରାଜ ସୁନାଖଳା ବସ ଷ୍ଟାଣ୍ଡରେ ରାତି ସାରା ପଡି ରହିଥିବା ପ୍ରସବ ମହିଳା ଏବଂ ତାଙ୍କ ଶିଶୁଙ୍କୁ ବଞ୍ଚାଇ ବେଶ ଚର୍ଚ୍ଚିତ ହୋଇଥିଲେ । ଉଭୟ ଯୁବ ଦ୍ୱୟଙ୍କ ଏଭଳି ହୃଦୟବାନ କାର‌୍ୟ୍ୟ ଏବଂ ନିଆରା ସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଉଭୟଙ୍କୁ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031