Indus Valley Times

ପଶ୍ଚିମା ଝଡ଼ର ପ୍ରଭାବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 Breaking News

ପଶ୍ଚିମା ଝଡ଼ର ପ୍ରଭାବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପଶ୍ଚିମା ଝଡ଼ର ପ୍ରଭାବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
March 18
10:23 2023

ଭୁବନେଶ୍ୱର,୧୮/୩: ରାଜ୍ୟରେ ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଓ କୁଆପଥର ହେବାର ସମ୍ଭାବନା ରହିଛି। ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ପଶ୍ଚିମା-ଝଡ଼ର ପ୍ରଭାବ ଅଧିକ ରହିବ। ଏହାରି ପ୍ରଭାବରେ ୯ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବୋହିବ। କୁଆପଥର ହେବା ସହ ବିଜୁଳି ମଧ୍ୟ ମାରିବ। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ ପୁରୀ।
ତେବେ କଟକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପରିମାଣ ୭ରୁ ୧୧ ସେମି ରହିବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ, ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ କିଛି ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031