Indus Valley Times

ପାଠ ପଢୁଥିଲେ କୁନି ପିଲା, ହଠାତ୍ ଆସିଲା ବିଷାକ୍ତ ସାପ: ହିରୋ ପରି ଲଢିଲା ବୁଲା କୁକୁର ‘କାଳୀ’

 Breaking News

ପାଠ ପଢୁଥିଲେ କୁନି ପିଲା, ହଠାତ୍ ଆସିଲା ବିଷାକ୍ତ ସାପ: ହିରୋ ପରି ଲଢିଲା ବୁଲା କୁକୁର ‘କାଳୀ’

ପାଠ ପଢୁଥିଲେ କୁନି ପିଲା, ହଠାତ୍ ଆସିଲା ବିଷାକ୍ତ ସାପ: ହିରୋ ପରି ଲଢିଲା ବୁଲା କୁକୁର ‘କାଳୀ’
April 24
22:13 2026

ଉଦଳା, ୨୪/୪ : ଆଜିର ସ୍ୱାର୍ଥପର ସମାଜରେ ଯେଉଁଠାରେ ମଣିଷ ମଣିଷଙ୍କୁ ଠକୁଛି, ସେଠାରେ ଏକ ବୁଲା କୁକୁର ‘କାଳୀ’ ଦେଖାଇଦେଲା ସ୍ନେହ, ଭଲପାଇବା ଓ ତ୍ୟାଗର ଅର୍ଥ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଡିହିରାକୁଳ ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ହୃଦୟକୁ ଛୁଇଁଛି।
ସୋମବାର ସକାଳେ ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ବସି ପାଠ ପଢୁଥିଲେ। ସେତେବେଳେ ହଠାତ୍ ଏକ ବିଷାକ୍ତ ସାପ ସେମାନଙ୍କ ଦିଗକୁ ଆସୁଥିବାକୁ ଦେଖିଥିଲା ‘କାଳୀ’। ମୁହୂର୍ତ୍ତ ମାତ୍ରେ ବିପଦକୁ ଅନୁଭବ କରି କାଳୀ ଝପଟି ପଡ଼ି ସାପଟିକୁ ଅଟକାଇଥିଲା।
ଦୀର୍ଘ ସମୟ ଧରି ସାପ ଓ କାଳୀ ମଧ୍ୟରେ ଭୟଙ୍କର ଲଢ଼େଇ ଚାଲିଥିଲା। ଶେଷରେ ସାପଟିକୁ ମାରିଦେଲେ ମଧ୍ୟ ବିଷାକ୍ତ ଦଂଶନରୁ କାଳୀ ଗୁରୁତର ଆହତ ହୋଇଥିଲା। କିଛି ସମୟ ପରେ ବିଷକ୍ରିୟାରେ ତା’ର ମୃତ୍ୟୁ ଘଟିଥିଲା।
ଏହି ଖବର ପ୍ରଚାର ହେବା ସହିତ ସାରା ଗ୍ରାମ ଶୋକାକୁଳ ହୋଇଯାଇଥିଲା। ଯେଉଁ କାଳୀକୁ ସେମାନେ ପରିବାର ସଦସ୍ୟ ପରି ଭଲପାଉଥିଲେ, ସେହି କାଳୀ ଏବେ ନାହିଁ। ଲୁହ ଭରା ଆଖିରେ ଗ୍ରାମବାସୀ ମଣିଷଙ୍କ ଭଳି ସମ୍ମାନ ସହ କାଳୀର ଅନ୍ତିମ ସଂସ୍କାର କରିଥିଲେ। ଫୁଲମାଳାରେ ସଜାଇ, ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି, ରୀତିନୀତି ଅନୁଯାୟୀ ତା’କୁ ସମାଧି ଦିଆଯାଇଥିଲା। ଆଜି ‘କାଳୀ’ ନାହିଁ, କିନ୍ତୁ ତା’ର ତ୍ୟାଗ ଓ ସାହସ ପାଇଁ ଗ୍ରାମବାସୀଙ୍କ ହୃଦୟରେ ସେ ଅମର ହୋଇ ରହିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930