Indus Valley Times

ପାରାଦୀପ ଆସୁଛନ୍ତି ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ପୋଲିସର ମକ୍‌ଡ୍ରିଲ୍

 Breaking News

ପାରାଦୀପ ଆସୁଛନ୍ତି ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ପୋଲିସର ମକ୍‌ଡ୍ରିଲ୍

ପାରାଦୀପ ଆସୁଛନ୍ତି ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ପୋଲିସର ମକ୍‌ଡ୍ରିଲ୍
November 26
18:47 2023

ଭୁବନେଶ୍ବର,୨୬/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆଉ କିଛି ସମୟ ପରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି (ସୋମବାର) ସେ ପାରାଦ୍ଵୀପରେ ଆୟୋଜିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ବ୍ୟବସ୍ଥା କରାଯାଇଛି। ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ଓ ମେୟର ସୁଲୋଚନା ଦାସ ସ୍ବାଗତ କରିବେ।
ମହାମିହମ ଆଜି ରାଜଭବନରେ ବିଶ୍ରାମ ନେବେ। କାଲି (ସୋମବାର) ସକାଳ ୮.୩୦ରୁ ରାଜଭବନରୁ ବାହାରି ୮.୪୦ ରେ ସ୍ଵତନ୍ତ୍ର ବିମାନରେ ପାରାଦ୍ଵୀପ ଯିବାର ବ୍ୟବସ୍ଥା ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031